ଶେଷ ପର୍ଯ୍ୟାୟରେ ପହଞ୍ଚିଲା ୮୪୦ ମିଟର ସୁଡ଼ଙ୍ଗ କାମ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment

ଆଗେଇ ଚାଲିଛି ତାଳଚେର ବିମଳାଗଡ଼ ରେଳ ପ୍ରକଳ୍ପ

ଆଗେଇ ଚାଲିଛି ତାଳଚେର ବିମଳାଗଡ଼ ରେଳ ପ୍ରକଳ୍ପ

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ୮୪୦ ମିଟର ସୁଡ଼ଙ୍ଗ କାମ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ସଂଯୋଗୀକରଣ କାମ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଅଁ ପାହାଡ଼ରେ ରେଳପଥ ପାଇଁ ୮୪୦ ମିଟର ସୁଡ଼ଙ୍ଗ ଖୋଳା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟୁଇଟରେ ସୁଡଙ୍ଗ ଖୋଳାର ଏକ ଭିଡିଓ ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମୋଦୀ ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗର କାମ ତ୍ୱରାନ୍ୱିତ ହୋଇଛି। ରାଜ୍ୟବାସୀଙ୍କ ୫ ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।୯୨୮ କୋଟି ଟଙ୍କା ବ୍ୟୟରେ ୧୪୯ ଦଶମିକ ୭୮ କିଲୋମିଟର ରେଳପଥ ପ୍ରକଳ୍ପ ଓଡିଶାର ଖଣି ଅଞ୍ଚଳରେ ସଂଯୋଗ ହେବ । ଫଳରେ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା କମିବ ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ ବୋଲି ଟୁଇଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe