ଓଡ଼ିଶାର ଦୁଇ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ କୋଠା ଉଦ୍‌ଘାଟିତ : ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

Advertisment
ଓଡ଼ିଶାର ଦୁଇ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ କୋଠା ଉଦ୍‌ଘାଟିତ : ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

India Education Diary

ନୂଆଦିଲ୍ଲୀ : ଓଡ଼ିଶାର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ନବନିର୍ମିତ କୋଠାକୁ ଆଜି କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ଫୋଖରିୟଲ ନିଶଙ୍କ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି।

୨୦୧୧-୧୨ରୁ ନୟାଗଡ଼ର କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅସ୍ଥାୟୀ କୋଠାରେ ଅଧ୍ୟୟନ କରୁଥିଲେ। ଏଠାରେ ସ୍ଥାୟୀ କୋଠା ନିର୍ମାଣ କରାଯାଇଛି, ଯେଉଁଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ନବନିର୍ମିତ ଏହି ସ୍ଥାୟୀ କୋଠା ପାଇଁ ୧୬.୩୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି, ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ କୋଠା ପାଇଁ ୧୬.୦୬ କୋଟି ଟଙ୍କା ବ୍ୟୟ କରାଯାଇଛି। ରାଇରଙ୍ଗପୁରର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୬-୧୭ରୁ ପ୍ରତିଷ୍ଠା କରାଯାଇଥିବା ସତ୍ତ୍ୱେ ଏଠାରେ ମଧ୍ୟ ଅସ୍ଥାୟୀ କୋଠାରେ ଶିକ୍ଷାଦାନ କରାଯାଉଥିଲା। ଉଦ୍‌ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ, ‘ସମସ୍ତ ଆଧୁନିକ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବେ।’ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଓଡ଼ିଶାରେ ୬୨ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe