ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ

Advertisment
ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜିତିନ ପ୍ରସାଦ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ କ୍ଷେତ୍ର ପିଲିଭିତ୍ ଗସ୍ତରେ ଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା । ଏଥିରେ ଜିତିନ ପ୍ରସାଦ ଓ ତାଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଜିତିନ ପ୍ରସାଦ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଯାଉଥିଲେ। ମାଝୋଲା-ବିଜୟ ରାସ୍ତାର ବାହାରୁଆ ଗାଁ ଦେଇ ସେ ଯାଉଥିବାବେଳେ ତାଙ୍କ ଗାଡ଼ିରେ ଥିବା ଗୋଟିଏ ଏସକର୍ଟ କାର୍ ହଠାତ୍ ବ୍ରେକ୍ ଦେଇଥିଲା, ଯେଉଁଥିରେ ଜିତିନ ପ୍ରସାଦଙ୍କ କାର୍ ମଧ୍ୟ ଅଟକି ଯାଇଥିଲା, କିନ୍ତୁ ପଛପଟୁ ଆସୁଥିବା କାରଟି ଭାରସାମ୍ୟ ହରାଇ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିତିନ ପ୍ରସାଦ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ଗାଡ଼ିଟି ଦ୍ରୁତ ବେଗରେ ଯାଉଥିବାରୁ ପ୍ରବଳ ଧକ୍କା ହେବା ସହ କାରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ତେବେ ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀ କ୍ଷତିଗ୍ରସ୍ତ ଗାଡିକୁ  ଘଟଣାସ୍ଥଳରେ ଛାଡି ଅନ୍ୟ ଏକ ଗାଡିରେ କାର୍ଯ୍ୟକ୍ରମକୁ ଚାଲିଯାଇଥିଲେ। ଏହି ଘଟଣା ଘଟିଛି ମାଝୋଲା-ବିଜୟ ରାସ୍ତାର ବାହାରୁଆ ଗାଁରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe