ନେହେରୁ ଆକସ୍ମିକ ଭାବେ ପ୍ରଧାନମନ୍ତ୍ରୀ ହୋଇଥିଲେ : ଖଟ୍ଟର

କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର କହିଛନ୍ତି ଯେ ଜବାହରଲାଲ ନେହେରୁ ଆକସ୍ମିକ ଭାବେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭୀମରାଓ ଆମ୍ବେଦକର ଏଥିପାଇଁ ଯୋଗ୍ୟ ବ୍ୟକ୍ତି ଥିଲେ ।

ହରିୟାଣା: ଦୁଷ୍କର୍ମ ଦୋଷୀ ସାବ୍ୟସ୍ତ ହରାଇବେ ଡ୍ରାଇଭିଙ୍ଗ୍‌ ଓ ଆର୍ମ ଲାଇସେନ୍‌ସ୍‌

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର କହିଛନ୍ତି ଯେ ଜବାହରଲାଲ ନେହେରୁ ଆକସ୍ମିକ ଭାବେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭୀମରାଓ ଆମ୍ବେଦକର ଏଥିପାଇଁ ଯୋଗ୍ୟ ବ୍ୟକ୍ତି ଥିଲେ । ହରିୟାଣାର ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ମୁଁ କହିବାକୁ ଚାହୁଁଛି ଯେ ପଣ୍ଡିତ ଜବାହରଲାଲ ନେହେରୁ ସଂଯୋଗବଶତଃ ପ୍ରଧାନମନ୍ତ୍ରୀ ହୋଇଥିଲେ। ଯେବେକି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଭଳି ଲୋକ ଏହାର ଯୋଗ୍ୟ ଥିଲେ। ଡକ୍ଟର ଆମ୍ବେଦକରଙ୍କ ଭୂମିକା ତାଙ୍କ ଠାରୁ କମ୍ ନଥିଲା, କିନ୍ତୁ ଏହା ସେହି ସମୟର ଲୋକଙ୍କ ନିଷ୍ପତ୍ତି ଥିଲା, ଯାହା ବି ଘଟିଥିଲା।

ଖଟ୍ଟର କହିଛନ୍ତି, ମୁଁ କହିବାକୁ ଚାହେଁ ଯେ ଦେଶର ସମ୍ବିଧାନ ଆମର ପବିତ୍ର ପୁସ୍ତକ ଏବଂ ଏହାକୁ ଗଢ଼ିତୋଳିବାରେ ଆମକୁ ଅନେକ ଦାୟିତ୍ୱ ନେବାକୁ ପଡ଼ିବ। ଆମ୍ବେଦକରଙ୍କ ଅବଦାନକୁ ସର୍ବଦା ମନେ ରଖିବା ଉଚିତ। ଆମେ ସମୟ ସମୟରେ ଏହା ଉପରେ ଚିନ୍ତା କରିବା ଉଚିତ୍ | ଡ. ଆମ୍ବେଦକର ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଉଦାହରଣ ସ୍ୱରୂପ, ତାଙ୍କ ମୃତ୍ୟୁ ପରେ ତାଙ୍କୁ ଦିଲ୍ଲୀରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନ ଦିଆଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe