କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା: ପୋଲାଭରମ୍‌ ହେଲେ ଓଡ଼ିଶାର ବୁଡ଼ିବ ୬୪୮.୦୫ ହେକ୍ଟର

ପୋଲାଭରମ୍‌ ପ୍ରକଳ୍ପ ହେଲେ ଓଡ଼ିଶା‌ର ୬୪୮.୦୫ ହେକ୍ଟର ଓ ଛତିଶଗଡ଼ର ୭୯୫.୫୯ ହେକ୍ଟର ଜମି ଜଳମଗ୍ନ ହେବ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଉପରୋକ୍ତ...

ଲୋକସଭାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସୂଚନା: ୨୦୨୪ ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ପୋଲାଭରମ୍‌

ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରକଳ୍ପ ହେଲେ ଓଡ଼ିଶା‌ର ୬୪୮.୦୫ ହେକ୍ଟର ଓ ଛତିଶଗଡ଼ର ୭୯୫.୫୯ ହେକ୍ଟର ଜମି ଜଳମଗ୍ନ ହେବ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ‌ଚୌଧୁରୀ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ପୋଲାଭରମ ପ୍ରକଳ୍ପକୁ  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ୨୫ ଅକ୍ଟୋବର ୨୦୦୫ରେ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଥିଲା।

ମାର୍ଚ୍ଚ ୨୦୦୯ରେ ମନ୍ତ୍ରାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ବାରା ଆଡ଼ିବନ୍ଧ ପ୍ରସ୍ତାବ ସମ୍ବନ୍ଧରେ ଓଡ଼ିଶା ଓ ଛତିଶଗଡ଼କୁ ଜନଶୁଣାଣି ଆୟୋଜନ କରି କମିଟିକୁ ‌ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଳ ସଂପଦ ବିଭାଗ ପକ୍ଷରୁ  ଦୁଇ ରାଜ୍ୟକୁ ନିଜ ନିଜ ପ୍ରଭାବିତ କ୍ଷେତ୍ରରେ ଜନଶୁଣାଣି ଆୟୋଜନ କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ହୋଇନାହିଁ ବୋଲି ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe