ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ଐତିହାସିକ ଭାଷଣ: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Advertisment
ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ଐତିହାସିକ ଭାଷଣ: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ସଂସଦର ମିଳତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ଐତିହାସିକ ଭାଷଣ ଥିଲା ବୋଲି ସୋମବାର  କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ଜୁନ୍‌ ୨୦ ତାରିଖରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ ହେବା ପରେ ଲୋକସଭାରେ ଶ୍ରୀ ଷଡ଼ଙ୍ଗୀ ଇଂରାଜୀ, ହିନ୍ଦୀ, ଓଡ଼ିଆ, ସଂସ୍କୃତ, ବଙ୍ଗଳା ଆଦି ୫ଟି ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରରେ ମୋଦୀ ସରକାରଙ୍କର ବିଭିନ୍ନ ଉପଲବ୍ଧି ଓ ସଫଳତାକୁ ନିଜ ଭାଷଣରେ ଉପସ୍ଥାପିତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ସେ କହିଲେ କି, ଜଣେ ସାଧାରଣ ଚା’ବାଲା ଆଜି ଦ୍ୱିତୀୟ ବାର ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ପରି ନିଜେ ମଧ୍ୟ ଏକ ସାଧାରଣ ପରିବାରୁ ଆସିଛନ୍ତି। ଦେଶର ଲୋକେ ଭେଜାଲ ମେଣ୍ଟକୁ ଅସ୍ୱୀକାର କରିଛନ୍ତି। କାରଣ ଜନତା ଅସଲି ମାଲ୍ ଚାହାନ୍ତି।

ପୂର୍ବରୁ ସରକାର ଟୁଜି, ଥ୍ରିଜି ଆଦି ଦୁର୍ନୀତିରେ ଡୁବି ରହିଥିଲା। ୫ ବର୍ଷରେ ମୋଦୀ ସରକାରଙ୍କ ଠାରେ ଦୁର୍ନୀତିର ଛିଟା ଲାଗିନି। ପ୍ରଧାନମନ୍ତ୍ରୀ ଦେଶକୁ ନୂଆସ୍ତରକୁ ନେଇ ପାରିଛନ୍ତି। ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାର କରିଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଦେଶର ପ୍ରଧାନ ସେବକ। ନିଜ କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି।

publive-image

ସେ କହିଲେ କି, ରାଜନୀତି ମୋ ପାଇଁ ଜନସେବାର ଏକ ମାଧ୍ୟମ। ଜନମତକୁ ନମ୍ରତାର ସହ ଗ୍ରହଣ କରିବା ସଭ୍ୟର ଲକ୍ଷଣ।

ବାଲାକୋଟ୍‌ ଷ୍ଟ୍ରାଇକ୍‌ରେ ଆମ ସେନାକୁ ବିରୋଧୀଙ୍କ ସମାଲୋଚନାକୁ ନିନ୍ଦାକଲେ ପ୍ରତାପ। କହିଲେ ଆମ ବୀର ଯବାନମାନଙ୍କର ପୁରୁଷାର୍ଥର ପ୍ରମାଣ ମାଗିବା ଧୃଷ୍ଟତା। ବାପାକୁ ବାପାର ପ୍ରମାଣ ଦେବାକୁ କ’ଣ ମା’ର ଡିଏନ୍‌ଏ ପରୀକ୍ଷା ଦେବାକୁ ପଡ଼ିବ।

୧୯୭୧ ଯୁଦ୍ଧ ବେଳେ ବାଜପେୟୀ ଇନ୍ଦିରାଙ୍କୁ ପ୍ରଶଂସା କରିଥିଲେ। ଭଲ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ଉଚିତ। ଆୟୁଷ୍ମାନ ଯୋଜନାର ଲାଭ ଓଡ଼ିଆ ଓ ବଙ୍ଗାଳୀଙ୍କୁ ମିଳୁ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe