ଆଇସିୟୁରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନ

Advertisment
ଆଇସିୟୁରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନ

Image Source-OneIndia

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଅବସ୍ଥା‌ ଗୁରୁତର ହୋଇ ପଡ଼ିବାରୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ବାନ୍‌ଙ୍କୁ ଆଜି ଦିଲ୍ଲୀର ଫର୍ଟିସ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଭର୍ତ୍ତି ହେବାର ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫୋନ୍‌ କରି ବାପାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ ବୋଲି ରାମବିଳାସ ପାଶ୍ବାନଙ୍କ ପୁତ୍ର ତଥା ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ବାନ୍‌ ଟ୍ବିଟ୍‌ କରି ଜଣା‌ଇଛନ୍ତି। ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଉଦ୍‌ବେଗର କୌଣସି କାରଣ ନାହିଁ ବୋଲି ଚିରାଗ୍‌ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତତା ପ୍ରକାଶ କରିଥିବାରୁ ସେମାନଙ୍କଠାରେ କୃତଜ୍ଞ ବୋଲି ଚିରାଗ୍‌ ଟ୍ବିଟ୍‌ କରିଛନ୍ତି। ଅପରପକ୍ଷେ, କରୋନା ମହାମାରୀ ସମୟରେ କେନ୍ଦ୍ରମନ୍ତ୍ରୀ ପାଶ୍ବାନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରେ ବ୍ୟସ୍ତତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe