କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବୈଠକ: କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ଆଲୋଚନା ଜାରି

Advertisment

ବିରୋଧ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାଇଁ ହେଲା ନିରବ ପ୍ରାର୍ଥନା

ବିରୋଧ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାଇଁ ହେଲା ନିରବ ପ୍ରାର୍ଥନା

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବୈଠକ: କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ  ଆଲୋଚନା ଜାରି

indiatoday

ନୂଆଦିଲ୍ଲୀ:  ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ସପ୍ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ଚାଲିଛି । ତେବେ ବୈଠକ ପୂର୍ବରୁ ବିରୋଧ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଓ କୃଷକ ନେତାମାନେ ୨ ମିନିଟର ନିରବ ପ୍ରାର୍ଥନ କରିଥିବା ଜଣାପଡ଼ିଛି। ପ୍ରାର୍ଥନା ପରେ ବୈଠକ ଆରମ୍ଭ କରାଯାଇଛି।

ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରୁଥିବା ବେଳେ ବୈଠକ ପୂର୍ବରୁ ଚାଷୀମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ  କହିସାରିଛନ୍ତି । ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖିଛନ୍ତି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe