ଲଖିମପୁର ଖେରି ହିଂସା : ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

Advertisment
ଲଖିମପୁର ଖେରି ହିଂସା : ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଦୀର୍ଘ ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର। ତାଙ୍କୁ ଲଖିମପୁର ଖେରି ମାମଲାର ତଦନ୍ତ କରୁଥିବା ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଆଶିଷ ମିଶ୍ରା ତଦନ୍ତକାରୀଙ୍କୁ ସହଯୋଗ ନ କରିବାରୁ ତାଙ୍କୁ ପୁଲିସ ହେପାଜତକୁ ନିଆଯାଇଛି। କ୍ରାଇମବ୍ରାଞ୍ଚ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।

ଉତ୍ତର ପ୍ରଦେଶର ସାହରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ୍ କହିଛନ୍ତି ଯେ, ଅଭିଯୁକ୍ତ ଆଶିଷ ମିଶ୍ରା ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନଥିଲେ ଏବଂ ପଚରାଉଚରା ସମୟରେ ସହଯୋଗ କରି ନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି ଓ ‌ଖୁବ୍ ଶୀଘ୍ର ଅଦାଲତରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, ଏହି ମାମଲାକୁ ନିଜ ଆଡ଼ୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ଗତକାଲି ଘଟଣାର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଶିଷ ମିଶ୍ରଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଗତ ସପ୍ତାହରେ ଲଖିମ୍ପୁର ଖେରିରେ ପ୍ରତିବାଦରତ କୃଷକମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର ଚଢ଼ାଇ ଦେଇଥିବା ନେଇ ହୋଇଥିବା ଅଭିଯୋଗ ଉପରେ ଏବେ ତଦନ୍ତ ଚଳାଇଛି ୟୁପି ପୁଲିସ ଆଜି ଏ ନେଇ ଆଶିଷଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏବେ ବଡ଼ ଖବର ସାମ୍ନାକୁ ଆସିଥିଲା। ଘଟଣା ଘଟିବା ଦିନ ମୋ ପୁଅ ଅନ୍ୟ ଏକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲା ବୋଲି କହିଥିଲେ ଅଜୟ ମିଶ୍ରା ହେଲେ ଆଜି ତାହା ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଆଶିଷସୂତ୍ରରୁ ଜଣାପଡ଼ିଛି ଯେ, ଆଶିଷ ଅକ୍ଟୋବର ୩ ତାରିଖରେ .୩୬ ରୁ .୩୦ ମଧ୍ୟରେ କେଉଁଠି ଥିଲେ, ତାହା କହିପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଲଖିମ୍ପୁର ହିଂସାକାଣ୍ଡ ମାମଲା ତଦନ୍ତ କରିବା ପାଇଁ ଉତ୍ତର ପ୍ରଦେଶ ପୁଲିସ ଗଠନ କରିଥିବାସ୍ପେସାଲ୍ଇନ୍ଭେଷ୍ଟିଗେସନ୍ଟିମ୍‌’ (ଏସ୍ଆଇଟି) ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦:୩୦ରେ ଆଶିଷ ହାଜର ହୋଇଥିଲେ। ଏହାପରେକ୍ରାଇମ୍ବ୍ରାଞ୍ଚ୍ଅଫିସ୍‌’ରେ ତାଙ୍କୁ ପଚରାଉଚରା କରାଯାଇଥିଲା। ହିଂସାକାଣ୍ଡ ସଂକ୍ରାନ୍ତରେ ଗତକାଲି ତାଙ୍କୁ ପଚରାଉଚରା କରାଯିବା କଥା। ସେଥିପାଇଁ ସମନ୍ପଠାଯାଇଥିଲେ ବି ଗତକାଲି ତାଙ୍କର ଦେଖା ଥିଲା କି, ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe