Image Courtesy of India Today
ନ୍ୟୁୟର୍କ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ବିଶ୍ବ ଅର୍ଥନୀତି ଉପରେ ସାଂଘାତିକ ପ୍ରଭାବ ପକାଇଛି। ବର୍ତ୍ତମାନ ଶାନ୍ତି ଆବଶ୍ୟକ। ୟୁକ୍ରେନ୍ର ଲୋକଙ୍କ ପାଇଁ ଏବଂ ସମଗ୍ର ବିଶ୍ବ ପାଇଁ ଶାନ୍ତି ଦରକାର ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ କହିଛନ୍ତି। ଗଟର୍ସ କହିଛନ୍ତି, ୟୁକ୍ରେନ୍ରେ ଏବେ ମୃତ୍ୟୁ ଏବଂ ବିପର୍ଯ୍ୟୟ ଅତି ଭୟଙ୍କର ମୋଡ଼ ନେଉଛି। ସେ କହିଛନ୍ତି, ଫଳାଫଳ ଯାହା ହେଲେ ବି ଏହି ଯୁଦ୍ଧରେ ବିଜେତା କେହି ରହିବେନି। ୟୁକ୍ରେନ୍ରେ ଲୋକଙ୍କ ଉପରେ ଚାଲିଥିବା ଆତଙ୍କକୁ ଏବେ ବନ୍ଦ କରିବା ଉଚିତ୍। ରୁଷ୍ ଯୁଦ୍ଧ ବନ୍ଦ କରିବା ପାଇଁ ବାତାବରଣ ସୃଷ୍ଟି କରିବାକୁ ଭାରତ, ଚୀନ୍ , ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ ଏବଂ ତୁର୍କୀ ସହ ଆମେ ନିୟମିତ ଯୋଗାଯୋଗରେ ରହିଛୁ ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି । ଗଟର୍ସ କହିଛନ୍ତି, ଶାନ୍ତି ପାଇଁ କରାଯାଇଥିବା ଅନୁରୋଧକୁ ଶୁଣିବା ଏବଂ ଏହି ବିପର୍ଯ୍ୟୟ ବନ୍ଦ ହେବା ଉଚିତ୍। କୂଟନୀତି ଏବଂ କଥାବାର୍ତ୍ତା ପାଇଁ ଆଦୌ ବିଳମ୍ବ ହୋଇନାହିଁ। ଜାତିସଂଘ ଚାର୍ଟର୍ର ନିୟମ ଏବଂ ଅନ୍ତର୍ଜାତୀୟ ଆଇନ ଆଧାରରେ କଥାବାର୍ତ୍ତା ଆରମ୍ଭ ହେବା ଉଚିତ୍ ବୋଲି ଗଟର୍ସ କହିଛନ୍ତି।
Follow Us