ନୂତନ ଶିକ୍ଷାନୀତି ସମ୍ପର୍କରେ ସ‌ଚେତନତା ସୃଷ୍ଟି କରିବେ ବିଶ୍ବବିଦ୍ୟାଳୟ

ନୂତନ ଶିକ୍ଷାନୀତି ସମ୍ପର୍କରେ ସ‌ଚେତନତା ସୃଷ୍ଟି କରିବେ ବିଶ୍ବବିଦ୍ୟାଳୟ

www.india.com

ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟମାନଙ୍କୁ ଉଚ୍ଚଶିକ୍ଷାରରେ ଜଡ଼ିତ ଶିକ୍ଷକ, ଛାତ୍ର, ଅଧିକାରୀ ଆଦି ଷ୍ଟେକହୋଲଡରଙ୍କ ମଧ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପତ୍ର ଲେଖାଯାଇଛି। ୟୁଜିସି ଦ୍ବାରା ବିଶ୍ବବିଦ୍ୟାଳୟମାନଙ୍କୁ ଜାତୀୟ ଶିକ୍ଷାନୀତିର ନୀତିଗତ ହାଇଲାଇଟ୍ସ ଉପରେ ଚର୍ଚ୍ଚା କରିବା ପାଇଁ ୱେବିନାର୍ ଏବଂ ସମ୍ବନ୍ଧୀୟ ଗତିବିଧି ସଞ୍ଚାଳନ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି। ଏତଦ୍‌ବ୍ୟତୀତ ୟୁଜିସି ଉଚ୍ଚଶିକ୍ଷା ସଂସ୍ଥାନମାନଙ୍କୁ ଟୁଇଟର, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆ ତଥା ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ଜରିଆରେ ନୂତନ ଶିକ୍ଷାନୀତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe