ଗୁପଚୁପ ଠେଲା ପାଖରେ ଜଗି ବସିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୬ବର୍ଷ ଶିଶୁର ଜୀବନ

Advertisment
ଗୁପଚୁପ ଠେଲା ପାଖରେ ଜଗି ବସିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୬ବର୍ଷ ଶିଶୁର ଜୀବନ

ନୂଆଦିଲ୍ଲୀ: ଗୁପଚୁପ ଖାଇବା ହେଲା କାଳ। କାରଣ ଗୁପଚୁପ ଖାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଜଣେ ୬ବର୍ଷ ଶିଶୁର ଜୀବନ ଚାଲି ଯାଇଛି। ଏଭଳି ଏକ ଦୁଃଖଦ ଘଟଣା ନୋଏଡା ସେକ୍ଟର-୪୫ ସଦରପୁର ଗ୍ରାମରୁ ସାମ୍ନାକୁ ଆସିଛି। ମୃତ ଶିଶୁଙ୍କ ନାମ ରିୟା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରିୟା ତାଙ୍କ ଦୁଇ ଭଉଣୀ, ଅନୁ ଏବଂ ଅଙ୍କିତା ସହିତ ଗୁପ୍‌ଚୁପ ଖାଇବାକୁ ଜିଦ କରିଥିଲେ। ଏହାପରେ ତିନି ଭଉଣୀ ମିଶି ଗୁପଚୁପ ଖାଇବାକୁ ଯାଇଥିଲେ। କିନ୍ତୁ କିଏ ଜାଣିଥିଲା ଏହି ଗୁପଚୁପ ଠେଲା ପାଖରେ ରିୟାଙ୍କୁ ଜମ ଜଗି ବସିଛି ବୋଲି। ରିୟା ଖୁବ ଖୁସିରେ ଭଉଣୀ ଅନୁ ଓ ଅଙ୍କିତାଙ୍କ ସହ ମିଶି ଗୁପଚୁପ ଖାଉଥିବା ବେଳେ ଜଣେ ମଦ୍ୟପ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଆଣି ତିନିଭଉଣୀଙ୍କ ଉପରେ ଚଢ଼ାଇ ଦେଇଥିଲେ।

ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ତିନି ଭଉଣୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୬ ବର୍ଷୀୟ ରିୟାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଏହି ଦୁର୍ଘଟଣାର ଶିକାର ହୋଇଥିବା ରିୟାଙ୍କ ୧୫ ବର୍ଷୀୟ ଭଉଣୀ ଅନୁଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ବେଳେ ୧୮ ବର୍ଷୀୟ ଅଙ୍କିତା ସାମାନ୍ୟ ଆହତ ହୋଇଥିଲେ। ତେବେ ଉକ୍ତ ମଦ୍ୟପ ଚାଳକ ଏହି ଦୁର୍ଘଟଣା ଘଟାଇବା ପରେ ପାଖରେ ଥିବା ଏକ ଇଟା ଭାଟିରେ ଯାଇ ପିଟି ହୋଇଥିଲେ। ଫଳରେ ସ୍ଥାନୀୟଲୋକେ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe