ଅନ୍‌ଲକ୍ ୩.୦: ବନ୍ଦ ରହିବ ସ୍କୁଲ୍, ମେଟ୍ରୋ ଟ୍ରେନ୍ କିନ୍ତୁ, ସିନେମା ଓ ଜିମ୍ ଆଦି ଖୋଲିପାରେ!

Advertisment
ଅନ୍‌ଲକ୍ ୩.୦: ବନ୍ଦ ରହିବ ସ୍କୁଲ୍, ମେଟ୍ରୋ ଟ୍ରେନ୍ କିନ୍ତୁ, ସିନେମା ଓ ଜିମ୍ ଆଦି ଖୋଲିପାରେ!

Image Courtesy of India Today

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖରେ କୋଭିଡ୍-୧୯ କଟକଣାଯୁକ୍ତ ‘ଅନ୍‌ଲକ୍‌ ୨.୦’ ଶେଷ ହେଉଥିବାରୁ ସମ୍ପ୍ରତି ସରକାର ଅଗଷ୍ଟ ମାସ ଲାଗି ଅନ୍‌ଲକ୍ ୩.୦ର ମାର୍ଗଦର୍ଶିକା ପ୍ରସ୍ତୁତି କରୁଥିବା କଥା ରବିବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଛି।

ଲକ୍‌ଡାଉନ୍ କଟକଣା କୋହଳର ତୃତୀୟ ପର୍ଯ୍ୟାୟ ‘ଅନ୍‌ଲକ୍ ୩.୦’ରେ ଆଉ ଅଳ୍ପ କିଛି କ୍ଷେତ୍ରରେ କଟକଣା କୋହଳ ପାଇଁ ସରକାର ଉଦ୍ୟମ କରୁଛନ୍ତି।

କଠୋର ଲୌକିକ ଦୂରତ୍ବ ଭଳି କେତେକ ‘ଏସ୍‌ଓପି’ ସହ ଅଗଷ୍ଟ ୧ ତାରିଖରୁ ପୁଣି ସିନେମା ହଲ୍ ଓ ଜିମ୍ ଆଦି ଖୋଲିବା ଲାଗି ଅନୁମତି ମିଳିପାରେ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ପୁଣି ସିନେମା ହଲ୍ ଖୋଲିବାକୁ ଇତିମଧ୍ୟରେ  ଗୃହ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ଦେବା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସିନେମା ହଲ୍ ମାଲିକମାନଙ୍କ ସହ ପରାମର୍ଶ କରିଥିଲେ।

publive-image Image Courtesy of Nyoooz

୫୦% ଆସନରେ ଦର୍ଶକ ଥାଇ ସିନେମା ହଲ୍ ଖୋଲିବାକୁ ମାଲିକମାନେ ରାଜି ଅଛନ୍ତି। କିନ୍ତୁ, ମନ୍ତ୍ରାଳୟ ସେମାନଙ୍କୁ କହିଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୫% ଆସନରେ ଦର୍ଶକ ଥାଇ ଲୌକିକ ଦୂରତ୍ବ ଅବଲମ୍ବନପୂର୍ବକ ସିନେମା ହଲ୍ ଖୋଲାଯାଉ।

ଦେଶବ୍ୟାପୀ ସ୍କୁଲ୍ ଓ ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବାର ଯଥେଷ୍ଟ ସମ୍ଭାବନା ଅଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ପୂର୍ବରୁ କହିଥିଲେ ଯେ, ସ୍କୁଲ୍ ଖୋଲିବା ବିଷୟରେ ଅଭିଭାବକମାନଙ୍କ ଠାରୁ ମତାମତ ଗ୍ରହଣ କରାଯିବ। ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କହିଥି‌ଲା ଯେ, ଅଭିଭାବକମାନେ ସ୍କୁଲ୍ ଖୋଲିବା ସପକ୍ଷରେ ନାହାନ୍ତି।

କିନ୍ତୁ, ପୂର୍ବ ଅନ୍‌ଲକ୍‌ରେ ଥିବା ଅନ୍ୟ ସବୁ କଟକଣା ଅନ୍‌ଲକ୍ ୩.୦ ମଧ୍ୟ ପ୍ରବର୍ତ୍ତନ କରାଯାଇପାରେ। ଏହାଛଡ଼ା, କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ଏବଂ ପରିସ୍ଥିତିକୁ ଚାହିଁ ନିଜସ୍ବ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe