Image Courtesy of India Today
ନୂଆଦିଲ୍ଲୀ: ଅନ୍ଲକ୍ ୪.୦ ରେ ଦେଶରେ ମେଟ୍ରୋ ରେଳ ସେବା ପୁନଃ ଚଳାଚଳ କରିପାରେ ବୋଲି ସରକାରୀସୂତ୍ରରୁ ଜଣାପଡ଼ିଛି।
ଗୃହ ମନ୍ତ୍ରାଳୟ ଖୁବ୍ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ଅନ୍ଲକ୍ ମାର୍ଗଦର୍ଶିକା ରିଲିଜ୍ କରିବେ ଏବଂ ଏଥିରେ ମେଟ୍ରୋ ରେଳସେବା ପୁଣି ଚାଲୁ କରାଯିବାକୁ ଅନୁମତି ଦିଆଯାଇପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ‘ମୋଡାଲିଟି’ ପ୍ରସ୍ତୁତ ଚାଲିଛି ଓ ଏସ୍ଓପି ମଧ୍ୟ ଜାରି କରାଯିବ। କିନ୍ତୁ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେଉଥିବା ଅନ୍ଲକ୍ ୪.୦ରେ ସ୍କୁଲ୍ ଓ କଲେଜ ତୁରନ୍ତ ଖୋଲିବାର ସମ୍ଭାବନା ନାହିଁ ବୋଲି ଶୁଣାଯାଉଛି।
Image Courtesy of Hindustan Timesଏ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇ ନ ଥିବା ବାର୍ ସବୁ ଖୋଲିବାକୁ ଅନୁମତି ପାଇ ପାରନ୍ତି। କିନ୍ତୁ, ଗ୍ରାହକମାନେ କେବଳ ବାର୍ କାଉଣ୍ଟର୍ରୁ ମଦ ଖରିଦ କରି ନେଇ ଆସିବାକୁ ଅନୁମତି ପାଇବେ।
ଦେଶରେ ନ ହେଲେ ବି ଦିଲ୍ଲୀରେ ମେଟ୍ରୋ ରେଲ୍ ଚାଲୁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧର ଜବାବ ଦେଇ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ କହିଛି ଯେ, ସରକାରଙ୍କ ଅନୁମତି ପାଇବା କ୍ଷଣି ଚଳାଚଳ ଆରମ୍ଭ କରିବାକୁ ଦିଲ୍ଲୀ ମେଟ୍ରୋ ପ୍ରସ୍ତୁତ ହୋଇ ରହିଛି।
Follow Us