ଅନ୍‌ଲକ୍‌-୫ ନିର୍ଦ୍ଦେଶାବଳି ନଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ, ୧୦୧ ଦିନ ପରେ ସବୁଠୁ କମ୍‌ ସଂକ୍ରମଣ

Advertisment

‌ଦୈନିକ ସଂକ୍ରମଣ ମାମଲା ୩୬ ହଜାର ୫୦୦ରୁ କମ୍‌

‌ଦୈନିକ ସଂକ୍ରମଣ ମାମଲା ୩୬ ହଜାର ୫୦୦ରୁ କମ୍‌

ମହାରାଷ୍ଟ୍ରରେ ବଢ଼ିଲା କରୋନା ସଙ୍କଟ, ଅମରାବତୀରେ ଲକ୍‌ଡାଉନ୍‌ ଘୋଷଣା

Vijaya Karnataka

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍‌ଲକ୍‌ ୫.୦ ନିର୍ଦ୍ଦେଶାବଳିର ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନ୍‌ଲକ୍‌ ୫ ନିର୍ଦ୍ଦେଶାବଳି ନ‌ଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ସରକାର କହିଛନ୍ତି, ରାଜ୍ୟ ରାଜ୍ୟ ମଧ୍ୟରେ ଲୋକ ମାନଙ୍କର ଗମନାଗମନ ଉପରେ କୌଣସି କଟକଣା ରହିବନି। କେନ୍ଦ୍ର ସରକାର ଅନୁମତି ଦେଇନଥିବା ଅନ୍ତର୍ଜାତୀୟ ଯାତ୍ରା ଉପରେ ମଧ୍ୟ ପୂର୍ବପରି ସମାନ କଟକଣା ଜାରି ରହିବ। ଅନ୍ୟପକ୍ଷେ ପୂର୍ବଭଳି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟାୟ କ୍ରମେ ସ୍କୁଲ୍‌ ଓ କୋଚିଂ ଇନଷ୍ଟିଚ୍ୟୁଟ୍‌ ଖୋଲିବା ସଂକ୍ରାନ୍ତ ନି‌ଷ୍ପତ୍ତି ନେଇପାରିବେ। ସେହିପରି ନ‌ଭେମ୍ବର ୩୦ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ବୋଲି ମନ୍ତ୍ରାଳୟ କହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୩୦ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ନିର୍ଦ୍ଦେଶାବଳି ଜାରି କରି କଣ୍ଟେନ୍‌ମେଣ୍ଟ ‌ଜୋନ୍‌ ବାହାରେ ନିୟମ କୋହଳ କରିଥିଲେ। ଅକ୍ଟୋବର ୧୫ ତାରିଖରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଦର୍ଶକଙ୍କୁ ନେଇ ସିନେମା ହଲ୍‌, ଥିଏଟର ଏବଂ ମଲ୍ଟିପ୍ଲେକ୍ସ ଖୋଲିବା ଅନୁମତି ଦେଇଥିଲେ। ପୂର୍ବରୁ ସେପ୍ଟେମ୍ବର ୩୦ରେ ଜାରି ‌ହୋଇଥିବା ଅନ୍‌ଲକ୍‌ ୫.୦ ନିର୍ଦ୍ଦେଶାବଳି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଜାରି ରହିଥିବାବେଳେ ଗୃହ ମନ୍ତ୍ରାଳୟ ଆଜି ଏହି ନିର୍ଦ୍ଦେଶାବଳି ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି କହିଛନ୍ତି।

ନୂଆଦିଲ୍ଲୀ: ଦୀର୍ଘ ୧୦୧ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ସବୁଠୁ କମ୍‌ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ହଜାର ୪୬୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଭିନ୍ନ ରାଜ୍ୟମାନଙ୍କରେ ସଂକ୍ରମଣ ସଂଖ୍ୟା କମିବାରୁ ଦେଶରେ ଦୈନିକ ସଂକ୍ରମଣ ମାମଲା କମ୍‌ ରହିଛି। ତେବେ ଗତ ସପ୍ତାହର ଅନ୍ୟ ଦିନ ଅପେକ୍ଷା ରବିବାର ଦିନର ଟେଷ୍ଟିଂ ସବୁଠୁ କମ୍‌ ରହିଛି। ରବିବାର ଦିନ ୯ ଲକ୍ଷ ୩୯ ହଜାର ୩୦୯ ଟେଷ୍ଟ୍‌ କରାଯାଇଛି। ଟେଷ୍ଟିଂ କମିବାରୁ ସଂକ୍ରମଣ ମାମଲା ବି କମିଥାଇପାରେ ବୋଲି କୁହାଯାଉଛି। ତେବେ ଦେଶରେ ସଂକ୍ରମଣ କମିବାରୁ ସକ୍ରିୟ ମାମଲା ମଧ୍ୟ ୬ ଲକ୍ଷ ୨୫ ହଜାରକୁ କମିଯାଇଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୭.୮୮ ପ୍ରତିଶତ। ୧୮ ଟି ଜିଲ୍ଲାରୁ ମୋଟ୍‌ ୩୫ ପ୍ରତିଶତ ସକ୍ରିୟ ମାମଲା ଚିହ୍ନଟ ହୋଇଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୭୨ ଲକ୍ଷ ଟପିଯାଇଛି। ଦେଶରେ ଆରୋଗ୍ୟ ହାର ୯୦.୬୨ ପ୍ରତିଶତକୁ ବୃଦ୍ଧି ପ‌ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣଙ୍କ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ୧.୫୦ ପ୍ରତିଶତକୁ କମିଯାଇଛି। ଅକ୍ଟୋବର ୨୬ ସୁଦ୍ଧା ମୋଟ୍‌ ୧୦ କୋଟି ୪୪ ଲକ୍ଷ ୨୦ ହଜାର ୮୯୪ ନମୁନା ପରୀକ୍ଷା ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୭୯ ଲକ୍ଷ ୪୬ ହଜାର ୪୨୯କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର‌‌ରେ ମୋଟ୍‌ ୧ ଲକ୍ଷ ୩୪ ହଜାର ୬୫୭ ସକ୍ରିୟ ମାମଲା ସହ ଏହା ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଭାବେ ପରିଗଣିତ ହୋଇଛି। ରାଜ୍ୟରେ ୧୪ ଲକ୍ଷ ୭୦ ହଜାର ୬୬୦ ଜଣ କରୋନାରୁ ସୁସ୍ଥ ହେଲେଣି। ୪୩ ହଜାର ୩୪୮ ଜଣଙ୍କର ମହାରାଷ୍ଟ୍ରରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କର୍ଣ୍ଣାଟକରେ ୭୫ ହଜାର ୪୪୨ ସକ୍ରିୟ ମାମଲା ରହିଛି ଏବଂ କେରଳରେ ୯୩ ହଜାର ୮୪୮ ସକ୍ରିୟ ମାମଲା ରହିଛି। ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe