ହସ୍ପିଟାଲରେ ୪୦ ଘଣ୍ଟାର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

Advertisment
ଉନ୍ନାଓ ପୀଡ଼ିତାଙ୍କ ୪୦ଘଣ୍ଟାର ସଂଘର୍ଷ, ଡାକ୍ତରମାନେ ବି ଲୁହ ରୋକି ପାରିଲେନି

timesofindia

ନୂଆଦିଲ୍ଲୀ: ଗୁରୁବାର ସକାଳେ ୫ ଦୁର୍ବୃତ୍ତଙ୍କ ଦ୍ବାରା ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡ଼ିତା ଆଜି ରାତି ୧୧ଟା ୪୦ରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିଛନ୍ତି। ଗତକାଲି ସକାଳେ ପୀଡ଼ିତା ତାଙ୍କ କେସ୍‌ର ଶୁଣାଣି ପାଇଁ ରାଇବରେଲି କୋର୍ଟ ଯାଉଥିବା ବେଳେ ତାଙ୍କ ଗାଁରେ ପୂର୍ବରୁ ଲୁଚି ରହିଥିବା ୫ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରେଲ୍ ଢାଳି ନିଅାଁ ଲଗାଇ ଦେଇଥିଲେ। ଫଳରେ ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ଜଳି ଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଥିଲା। ମାତ୍ର ସବୁ ଚେଷ୍ଟା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ। ହସ୍ପିଟାଲର ବର୍ଣ୍ଣ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ସଲବ୍‌ କୁମାରଙ୍କ କହିବା ଅନୁଯାୟୀ, ଆମେ ତାଙ୍କୁ ବଞ୍ଚାଇ ରଖିବାକୁ ସବୁ ଚେଷ୍ଟା କରିଥିଲୁ। କିନ୍ତୁ ରାତି ୧୧ଟା ୧୦ରେ ତାଙ୍କର ହୃଦ୍‌ଘାତ ‌ହୋଇଥିଲା ଏବଂ ୧୧ଟା ୪୦ରେ ସେ ପ୍ରାଣ ହରାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରେ ଉନ୍ନାଓର ଏହି ଯୁବତୀଙ୍କୁ ତାଙ୍କ ଗ୍ରାମର ଦୁଇଜଣ ଯୁବକ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ତେବେ ନିକଟରେ ସେମାନେ ଜାମିନ୍‌ରେ ଆସି ଯୁବତୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଗତକାଲି ସେମାନେ ଅନ୍ୟ ତିନିଜଣଙ୍କ ସହ ମିଶି ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାର କିଛି ସମୟ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଗ୍ରାମର ହରି ଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ, ଉମେଶ ବାଜପେୟୀ, ଶିବରାମ ତ୍ରିବେଦୀ ଓ ଶୁଭମ ତ୍ରିବେଦୀ ଏହି କାଣ୍ଡ ଘଟାଇଥିବା ପୀଡ଼ିତା କହିଥିଲେ। ବୟାନ ଆଧାରରେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବୋଲି ଗତକାଲି ଏସ୍‌ପି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe