ଉନ୍ନାଓ ମାମଲା : ଦିଲ୍ଲୀ ହାଇକୋର୍ଟରେ ଦଣ୍ଡାଦେଶକୁ ଚ୍ୟାଲେଂଜ କଲେ ସେଙ୍ଗର

Advertisment
ଉନ୍ନାଓ ମାମଲା : ଦିଲ୍ଲୀ ହାଇକୋର୍ଟରେ ଦଣ୍ଡାଦେଶକୁ ଚ୍ୟାଲେଂଜ କଲେ ସେଙ୍ଗର

HerZindagi

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଆଜି ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଂଜ କରିଛନ୍ତି। ଗତବର୍ଷ ଡିସେମ୍ବର ୨୦ ତାରିଖରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସେଙ୍ଗରଙ୍କୁ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ୨୫ ଲକ୍ଷ ଟଙ୍କା ଜରିମାନା କରିଥିଲେ। ତେବେ ସେଙ୍ଗର ତାଙ୍କ ବିରୋଧରେ ହୋଇଥିବା ଦଣ୍ଡା‌ଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଂଜ କରିଛନ୍ତି। ଉଲ୍ଲେଖଯୋଗ୍ୟ ଆଇପିସି ଏବଂ ପୋକ୍‌ସୋ ଆଇନ ଅଧୀନରେ କୋର୍ଟ ସେଙ୍ଗରଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ୨୦୧୭ ମସିହାରେ ସେଙ୍ଗର ଜଣେ ନାବାଳିକା ମହିଳାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe