ଉନ୍ନାଓ ଦୁଷ୍କର୍ମ ମାମଲା: ୩ଟି ମାମଲା ରୁଜୁ କଲା ସିବିଆଇ; ବିଧାୟକଙ୍କୁ ପଚରା ଉଚୁରା

Advertisment
ଉନ୍ନାଓ ଦୁଷ୍କର୍ମ ମାମଲା: ୩ଟି ମାମଲା ରୁଜୁ କଲା ସିବିଆଇ; ବିଧାୟକଙ୍କୁ ପଚରା ଉଚୁରା

ନୂଆଦିଲ୍ଲୀ: ବିଜେପି ବିଧାୟକ ଏବଂ ତାଙ୍କ ଭାଇଙ୍କ ଦ୍ୱାରା ଜଣେ ଯୁବତୀ ଦୁଷ୍କର୍ମର ସରବ୍ୟ ହୋଇଛନ୍ତି ବୋଲି ଅଭିଯୋଗ ହେଉଥିବା ଘଟନା ସଂକ୍ରାନ୍ତରେ ସିବିଆଇ ତିନୋଟି ପୃଥକ୍‌ ମାମଲା ରୁଜୁ କରିଥିବା କଥା ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି।

ବନଗର୍ମାଉ ବିଧାୟକ କୁଳଦୀପ ସିଂହ ସେଙ୍ଗାର୍‌ଙ୍କୁ ସିବିଆଇ ଅଧିକାରୀମାନେ ପଚରା ଉଚୁରା କରୁଛନ୍ତି ବୋଲି ସେମାନେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ ଉତ୍ତର ପ୍ରଦେଶରେ ମହିଳାଙ୍କ ନିରାପତ୍ତା ଉପରେ ବ୍ୟାପକ ରାଜନୈତିକ ବିବାଦ ବଢ଼ାଇ ଦେଇଛି।

publive-image

ପରେ ରାଜ୍ୟ ପୁଲିସ ପୀଡ଼ିତାଙ୍କ ବାପାଙ୍କୁ ଗିରଫ କରିଥିଲା ଏବଂ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିଲା କି, ତାଙ୍କ ଦେହରେ କେତେକ ଆଘତ ଚିହ୍ନ ଥିଲା।

ଉତ୍ତର ପ୍ରଦେଶ ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଗତ ରାତିରେ କେନ୍ଦ୍ର ସରକାରଙ୍କ ଠାରୁ ରେଫେରେନ୍ସ୍‌ ପାଇ ସିବିଆଇ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe