ପୂର୍ବତନ ବିଜେପି ବିଧାୟକ ସେନ୍‌ଗରଙ୍କ ମାମଲାର ବିଚାର କରି ଡିସେମ୍ବର ୧୬ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Advertisment
ପୂର୍ବତନ ବିଜେପି  ବିଧାୟକ ସେନ୍‌ଗରଙ୍କ ମାମଲାର ବିଚାର କରି ଡିସେମ୍ବର ୧୬ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

(Photo Credits: IANS)

ନୂଆଦିଲ୍ଲୀ: ୨୦୧୭ ମସିହାରେ ଉନ୍ନାଓର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ  କରିଥିବା ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଜେପି ବିଧାୟକ କୂଳଦୀପ ସେନଗରଙ୍କ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି।

ଏ ନେଇ ଜିଲ୍ଲା ନ୍ୟାୟଧୀଶ ଧର୍ମେଶ ଶର୍ମା କହିଛନ୍ତି କି, ‘ତାଙ୍କ ମାମଲାର ଶୁଣାଣି ଡିସେମ୍ବର ୧୬ ତାରିଖରେ ହେବ।’ ସିବିଆଇ ଏହି ମାମଲାକୁ ନେଇ ପୂର୍ବରୁ ଆବଶ୍ୟକୀୟ ସାକ୍ଷ୍ୟପ୍ରମାଣ ମଧ୍ୟ ଯୋଗାଡ଼ କରିବାରେ ସମର୍ଥ ହୋଇଛି। ସୋମବାର ଏହି ମାମଲାରେ ନିଜର ସମସ୍ତ ଯୁକ୍ତ ଉପସ୍ଥାପନ କରିବା ପରେ ଅଦାଲତ ଡିସେମ୍ବର ୧୬ରେ ଶୁଣାଣି କରିବେ ବୋଲି ସୂଚନା ରହିଛି।

ଉଲ୍ଳେଖଯୋଗ୍ୟ, ୨୦୧୭ ମସିହାରେ ଜଣେ ନାବାଳିକାକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ସେନ୍‌ଗରଙ୍କ ଉପରେ ଲାଗିଥିଲା। ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ମାମଲାରେ ସେନଗାରଙ୍କ ସମେତ ତାଙ୍କ ସହଯୋଗୀ ଶଶୀ ସିଂହଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ସେନଗରଙ୍କ ନାମରେ ଅଭିଯୋଗ ଆସିବା ପରେ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe