ଜଘନ୍ୟ: ଅଦାଲତକୁ ସାକ୍ଷ୍ୟ ପ୍ରଦାନ ପାଇଁ ଅଦାଲତକୁ ଯାଉଥିବା ବେଳେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଲେ ୨ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କ ସମେତ ୫ ଦୁର୍ବୃତ୍ତ

Advertisment
ଜଘନ୍ୟ: ଅଦାଲତକୁ ସାକ୍ଷ୍ୟ ପ୍ରଦାନ ପାଇଁ ଅଦାଲତକୁ ଯାଉଥିବା ବେଳେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଲେ ୨ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କ ସମେତ ୫ ଦୁର୍ବୃତ୍ତ

Jagaran

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ  ଆଜି (ଗୁରୁବାର) ୫ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେବା‌ ଘଟଣା ସମଗ୍ର ଦେଶବାସୀଙ୍କ ସ୍ନାୟୁତନ୍ତ୍ରୀକୁ ଦୋହଲାଇ ଦେଇଛି। ବିଗତ ଏକ ସପ୍ତାହ ମଧ୍ୟରେ ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଠାରୁ ଆରମ୍ଭ କରି ଘଟି ଯାଇଥିବା ଏକାଧିକ ଦୁଷ୍କର୍ମ ଓ ହତ୍ୟା ଘଟଣାର ଦୁଃଖରୁ ଦେଶବାସୀ ଏଯାବତ୍‌ ମୁକୁଳିପାରି ନ ଥିବା ବେଳେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଜି ୫ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେବା‌ ଘଟଣା ସମଗ୍ର ଦେଶବାସୀଙ୍କୁ ଆଉ ଥରେ ଦୋହଲାଇ ଦେଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଆଜି ତାଙ୍କ ସହ ଘଟିଯାଇଥିବା ଅଘଟଣ ସଂପର୍କରେ ସାକ୍ଷ୍ୟ ପ୍ରଦାନ ପାଇଁ ଉତ୍ତରପ୍ରଦେଶର ରାଏବରେଲୀ ଅଦାଲତକୁ ଯାଉଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିଲା। ଏହି ଅଘଟଣ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲା ଅନ୍ତର୍ଗତ ବିହାର ଥାନା ଅଞ୍ଚଳରେ ଘଟିଥିଲା। ଘଟଣା ସଂପର୍କରେ ଖବର ମିଳିବା ମାତ୍ରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଗୁରୁତର ଭାବେ ଆହତ ପୀଡ଼ିତାଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର, ‌‌ସେଠାରେ ମଧ୍ୟ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏବେ ଏୟାର ଆମୁଲାନ୍ସ ଯେ‌ାଗେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

publive-image ANI

ଇତିମଧ୍ୟରେ ଉତ୍ତରପ୍ରଦେଶ ପୁଲିସ୍‌ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ୫ ଅପରାଧୀଙ୍କୁ ଗିରଫ କରିଛି। ତେବେ, ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଉତ୍ତରପ୍ରଦେଶ ପୁଲିସ୍‌ ହାତରେ ଗିରଫ ହୋଇଥିବା ୫ ଅପରାଧୀଙ୍କୁ ମଧ୍ୟରୁ ୨ ଜଣ ତାଙ୍କ ସହ ଗତ ୨୦୧୮ ଡିସେମ୍ବର ମାସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ବି ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe