ସରକାରଙ୍କ ଘୋଷଣା: ଉନ୍ନାଓ ପୀଡିତାଙ୍କ ଭାଇକୁ ବନ୍ଧୁକ ଲାଇସେନ୍‌ସ ସହ ଭଉଣୀକୁ ମିଳିବ ଚାକିରି

Advertisment
ସରକାରଙ୍କ ଘୋଷଣା: ଉନ୍ନାଓ ପୀଡିତାଙ୍କ ଭାଇକୁ ବନ୍ଧୁକ ଲାଇସେନ୍‌ସ ସହ ଭଉଣୀକୁ ମିଳିବ ଚାକିରି

ଉନ୍ନାଓ: ଶେଷରେ ହାରିଗଲେ ଉନ୍ନାଉ ପୀଡ଼ିତା। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣଦୁଷ୍କର୍ମ ଏବଂ ଜିଅନ୍ତା ଜାଳି ଦେଇଥିବା ଯୁବତୀଙ୍କର ଆଜି ଅନ୍ତିମ ସଂସ୍କାର ଶେଷ ହୋଇଛି। ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଦାବି କରିଥିଲେ। ଅନେକ ବୁଝାଶୁଝା କରିବା ପରେ ପରିବାର ଲୋକେ ଶେଷରେ ରାଜି ହୋଇଥିଲେ ଏବଂ ପୀଡିତାଙ୍କୁ ପୋତା ଯାଇଥିଲା।

ତେବେ ଉନ୍ନାଓ ପୀଡ଼ିତା ଆଖି ବୁଜିବା ପରେ ପରିବାର ପ୍ରତି ସରକାର କିଛି ଘୋଷଣା କରିଛନ୍ତି। ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ଏବଂ ଭାଇକୁ ବନ୍ଧୁକ ଲାଇସେନ୍‌ସ ମିଳିବ ବୋଲି ଘୋଷଣା କରାଯାଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ପୀଡ଼ିତାଙ୍କ ପରିବାରକୁ ଦୁଇଟି ଘର ଦିଆଯିବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଇଛି।

Image result for unnao India Today

ତେବେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ପରେ ଲକ୍ଷ୍ନୌ କମିଶନର କହିଛନ୍ତି, ପୀଡିତାଙ୍କ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ୨୪ଘଣ୍ଟାର ସୁରକ୍ଷା ପ୍ରଦାନ କରାଯିବ। ପୀଡିତାଙ୍କ ଭାଇର ଦାବି ଅନୁସାରେ ଆତ୍ମରକ୍ଷା ପାଇଁ ତାଙ୍କୁ ବନ୍ଧୁକ ଲାଇସେନ୍‌ସ ଦିଆଯିବ। ସୂଚନାଯୋଗ୍ୟ, ପୀଡିତାଙ୍କ ଭଉଣୀ ସରକାରୀ ଚାକିରି ପାଇଁ ଦାବି କରିଥିଲେ। ଏବେ ସରକାର ତାଙ୍କ ଦାବି ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe