ନୂଆଦିଲ୍ଲୀ: ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁଲଦୀପ ସିଂହ ସେନଗାରଙ୍କୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରିବାପରେ ପୀଡ଼ିତାଙ୍କ ପରିବାର ସଦସ୍ୟ ଏହାକୁ ତୀବ୍ର ବିରୋଧ କରିଛନ୍ତି। ପୀଡ଼ିତାଙ୍କ ମା’ ସେନଗାରଙ୍କ ଜାମିନ ବାତିଲ ପାଇଁ ଦାବି କରିଛନ୍ତି।  ସେ କହିଛନ୍ତି, ଆମ ଜୀବନ ବିପଦରେ ଅଛି । ସେନଗାରଙ୍କ ଜାମିନକୁ ବିରୋଧ କରି ପୀଡ଼ିତାଙ୍କ ପରିବାର ସଦସ୍ୟ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ। ଗତକାଲି ରାତିରୁ ପୀଡ଼ିତା, ତାଙ୍କ ମା’ ଏବଂ ଆଇନଜୀବୀ ସାମାଜିକ କର୍ମୀ ଯୋଗିତା ଭୟନା ଇଣ୍ଡିଆ ଗେଟ୍‌ରେ ଆନ୍ଦୋଳନ କରି ଅଟକ ରହିଥିଲେ। ଆଜି ସକାଳେ ପୀଡ଼ିତା ଓ ତାଙ୍କ ମା ମଣ୍ଡି ହାଉସ୍‌ରେ ଗଣମାଧ୍ୟମକୁ ବିବୃତି ଦେବାର ଯୋଜନା ରଖିଥିଲେ।  କିନ୍ତୁ ଯେଉଁ ସିଆର୍‌ପିଏଫ୍‌ ବସ୍‌ ତାଙ୍କୁ ଏସକର୍ଟ କରି ନେଉଥିଲା ତାହା ମଣ୍ଡି ହାଉସ୍‌ ନିକଟରେ ଅଟକିନଥିଲା।

Advertisment

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

ଆନ୍ଦୋଳନସ୍ଥଳରୁ ଘୋଷାଡ଼ି ନେଲେ
ଚଳନ୍ତା ବସ୍‌ରୁ ଡେଇଁବା ପାଇଁ ବାଧ୍ୟ କଲେ
ମନ୍ତ୍ରୀଙ୍କ କଟାକ୍ଷ

ଜଣେ ସିଆରପିଏଫ୍‌ ଅଫିସର କହିଛନ୍ତି,  ସେମାନଙ୍କୁ ଇଣ୍ଡିଆ ଗେଟ୍‌ କିମ୍ବା ମଣ୍ଡି ହାଉସ୍‌ରେ ଆନ୍ଦୋଳନ କରିବାର ଅନୁମତି ମିଳିନାହିଁ।  ପୀଡ଼ିତାଙ୍କ ମା’ଙ୍କ ସହ ଅର୍ଦ୍ଧସାମରିକ ବାହିନୀର ସଦସ୍ୟ ଅପମାନଜନକ ବ୍ୟବହାର ଦେଖାଇଛନ୍ତି।   ଜଣେ ସିଆରପିଏଫ୍‌ ଅଫିସର୍‌ ପୀଡ଼ିତାଙ୍କ ମା’ଙ୍କୁ ବସ୍‌ରୁ ଡେଇଁବାପାଇଁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। ପୀଡ଼ିତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି, ଆମେ ନ୍ୟାୟ ପାଇଲୁନି।  ମୋ ଝିଅକୁ ବନ୍ଦୀ ରଖାଯାଇଛି। ଏହାର ଅର୍ଥ ସେମାନେ ଆମକୁ ମାରିଦେବେ। ସିଆରପିଫ୍‌  ଯବାନମାନେ ମୋ ଝିଅକୁ ନେଇଗଲେ ଏବଂ ମତେ ରାସ୍ତା‌‌ରେ ଫୋପାଡ଼ି ଦେଇଗଲେ ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମନ୍ତ୍ରୀ ଓପି ରାଜଭର ଉକ୍ତ ମାମଲାକୁ ସେତେ ଗୁରୁତ୍ବ ନଦେଇ ଗଣମାଧ୍ୟମ ପ୍ରଶ୍ନରେ  ହସି ‌ଦେଇ ତାଙ୍କ ଘର ଉନ୍ନାଓରେ ବୋଲି କହିଥିଲେ।

Paddy procurement: ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା: ଧାନ କିଣା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାହୁଲଙ୍କୁ ଭେଟିଲେ ପୀଡ଼ିତା
ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିବାପରେ ପୀଡ଼ିତା ଆଜି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ରାହୁଲଙ୍କୁ ପୀଡ଼ିତା ଭେଟିଛନ୍ତି। ରାହୁଲଙ୍କୁ ଭେଟିବା ସମୟରେ ପୀଡ଼ିତା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏକ କଂଗ୍ରେସ ଶାସିତ ରାଜ୍ୟକୁ ପଠାଇବାପାଇଁ ଅନୁରୋଧ କରିଛନ୍ତି।  ସେମାନଙ୍କୁ ହତ୍ୟା କରାଯିବା ନେଇ ସେ ଭୟ କରୁଥିବା କହିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବାପାଇଁ ରାହୁଲ ଗାନ୍ଧୀ ତାଙ୍କୁ ଜଣେ ଶୀର୍ଷ ଓକିଲ ଦେବାକୁ ପ୍ରତିଶ୍ରୁୂତି ଦେଇଥିବା ସେ କହିଛନ୍ତି।  ପୀଡ଼ିତା କହିଛନ୍ତି, ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବାପାଇଁ ଚାହାନ୍ତି ଏବଂ ନ୍ୟାୟ ଚାହାନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସମାଲୋଚନା କରି ପୀଡ଼ିତା କହିଛନ୍ତି, ଦେଶରେ ବୋଧହୁଏ ପ୍ରଥମ ଥର ପାଇଁ ଦଣ୍ଡାଦେଶ ସ୍ଥଗିତ ରଖାଯାଇଛି ଏବଂ ଜାମିନ ମଂଜୁର କରାଯାଇଛି।  ସେ କହିଛନ୍ତି, ଦେଶର ପ୍ରତିଟି ଝିଅ ଏବେ ଭୟ କରିବେ ଯେ ସେମାନଙ୍କୁ ଦୁଷ୍କର୍ମ କରାଯିବ ଏବଂ ଅପରାଧୀ ଖସି ପଳାଇବ।