ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବଡ଼ ବଡ଼ କୋଠାରେ ମୁତୟନ ହେବେ ସାର୍ପ ସୁଟର, କାଇଟ୍ କ୍ୟାଚର

Advertisment

ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେଲେ ୬ଟି ଜିଲ୍ଲାର ପୁଲିସକର୍ମୀ

ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେଲେ ୬ଟି ଜିଲ୍ଲାର ପୁଲିସକର୍ମୀ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବଡ଼ ବଡ଼ କୋଠାରେ ମୁତୟନ ହେବେ ସାର୍ପ ସୁଟର, କାଇଟ୍ କ୍ୟାଚର

ndtv.com

ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ତାଙ୍କର ରହିବା-ଖାଇବାକୁ ନେଇ କରାଯାଇଥିବା ବ୍ୟବସ୍ଥା ବିଷୟରେ ସୂଚନା ମିଳି ସାରିଥିବା ବେଳେ ବର୍ତ୍ତମାନ ସେ ରହିବାକୁ ଥିବା ଆଇଟିସି ମୌର୍ଯ୍ୟ ହୋଟେଲରେ କିଭଳି ଭାବେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି, ତାହା ସାମ୍ନାକୁ ଆସିଛି।

ହୋଟେଲରେ ଚେକ୍ ଇନ୍ କରିବା ସମୟରେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ସୁରକ୍ଷା ପାଇଁ ଆଣ୍ଟି ସବୋଟେଜ୍ ଟିମରେ ସେନା ଏବଂ ଅର୍ଦ୍ଧସାମରିକ ବଳ ସାମିଲ ରହିବେ। ସେମାନେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ଭାବେ ଆଣି ହୋଟେଲରେ ଛାଡ଼ି‌ବେ। ହୋଟେଲ‌ର ଆଖ ପାଖ ଅଞ୍ଚଳରେ ଥିବା ରାସ୍ତା ଏବଂ ବଡ଼ ବଡ଼ କୋଠାରେ ସୁରକ୍ଷା ପାଇଁ ସାର୍ପ ସୁଟର, କାଇଟ୍ କ୍ୟାଚର, ଏଲିଟ୍ ସ୍ବାଟ୍ କମାଣ୍ଡୋ, ସ୍ନାଇପର ଏବଂ ପରାକ୍ରମ ଭ୍ୟାନକୁ ନିୟୋଜିତ କରାଯିବ।

Image result for Unprecedented Security In Delhi For Donald Trump's Visit Telegraph India

ସୁରକ୍ଷା ବ୍ୟବସ୍ଥା ପାଇଁ ୬ଟି ଜିଲ୍ଲାର ପୁଲିସକର୍ମୀମାନଙ୍କୁ ମୁତୟନ କରାଯାଇଥିବା ବେଳେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ପ୍ରାୟତଃ ୪୦ଟି କମ୍ପାନିକୁ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲଟି ସରଦାର ପଟେଲ ମାର୍ଗରେ ଥିବାରୁ ଆଖ ପାଖ ଅଞ୍ଚଳରେ ଏଚଡି କ୍ବାଲିଟିର ସିସିଟିଭି କ୍ୟାମେରା ଲଗାଯାଇଛି। ଏହି ସିସିଟିଭି କ୍ୟାମେରାରେ ରାତିର ଦୃଶ୍ୟ ମଧ୍ୟ ସ୍ପଷ୍ଟ ଦେଖାଯାଇପାରିବ। ସୁରକ୍ଷାକୁ କଡ଼ା କଡ଼ି କରିବା ପ‌ାଇଁ ପୁଲିସକର୍ମୀମାନଙ୍କୁ ସାଧା ପୋଷାକରେ ରହି ହୋଟେଲର ପ୍ରତିଟି ମହଲାକୁ ଚେକ୍ କରିବାକୁ ଆଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe