ସୁପ୍ରିମ୍‌କୋର୍ଟଙ୍କ ଅଭୂତପୂର୍ବ ରାୟ: ୩ ମାସ ଭିତରେ ବିଲ୍ ଉପରେ ରାଷ୍ଟ୍ରପତି ନିଷ୍ପତ୍ତି ନେବା ଜରୁରି

ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା କୌଣସି ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଥମ ଥର ପାଇଁ କହିଛନ୍ତି। ବିଚାରାଧୀନ ବିଲ୍‌ଗୁଡ଼ିକର ଅନୁମୋଦନକୁ ରୋକିବା ନେଇ ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଙ୍ଗଳବାର.....

Supreme Court

Supreme Court

ନୂଆଦିଲ୍ଲୀ: ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା କୌଣସି ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଥମ ଥର ପାଇଁ କହିଛନ୍ତି। ବିଚାରାଧୀନ ବିଲ୍‌ଗୁଡ଼ିକର ଅନୁମୋଦନକୁ ରୋକିବା ନେଇ ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଙ୍ଗଳବାର ରଦ୍ଦ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ଏହି ଆଦେଶକୁ ସାର୍ବଜନୀନ କରାଯାଇଛି। ତାମିଲନାଡୁ ମାମଲାରେ ରାୟ ଶୁଣାଇ ଜଷ୍ଟିସ୍‌ ଜେବି ପାର୍ଦିୱାଲା ଓ ଜଷ୍ଟିସ୍‌ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟ ନ୍ୟାୟିକ ସମୀକ୍ଷା ପାଇଁ ଉପଯୁକ୍ତ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପାଖରେ ‘ପକେଟ୍ ଭିଟୋ’ ନାହିଁ ଏବଂ ତାଙ୍କୁ ବିଲ୍‌କୁ ଅନୁମୋଦନ ଦେବାକୁ ପଡ଼ିବ କିମ୍ବା ମନା କରିବାକୁ ପଡ଼ିବ।

ରାଷ୍ଟ୍ରପତିଙ୍କର ‘ପକେଟ୍‌ ଭିଟୋ’ ନାହିଁ
ବିଲ୍‌କୁ ଅନୁମୋଦନ କିମ୍ବା ମନା କରିବାକୁ ପଡ଼ିବ
‘ରାଷ୍ଟ୍ରପତିଙ୍କ କାର୍ଯ୍ୟ ବିଚାରବିଭାଗୀୟ ସମୀକ୍ଷାଯୋଗ୍ୟ’

ଯଦି ଆଇନ ଅନୁଯାୟୀ କୌଣସି କ୍ଷମତାର ବ୍ୟବହାର ପାଇଁ ସମୟସୀମା ଧାର୍ଯ୍ୟ କରାଯାଇନାହିଁ, ସେଠାରେ ଏହାକୁ ଯଥାର୍ଥ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମତାର ପ୍ରୟୋଗ ଆଇନର ଏହି ସାଧାରଣ ନୀତିରୁ ମୁକ୍ତ ବୋଲି କୁହାଯାଇପାରିବ ନାହିଁ। ସୁପ୍ରିମ୍‌କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଯଦି ୩ ମାସରୁ ଅଧିକ ବିଳମ୍ବ ହୁଏ ତେବେ ଉପଯୁକ୍ତ କାରଣ ରେକର୍ଡ କରି ସମ୍ପୃକ୍ତ ରାଜ୍ୟକୁ ଜଣାଇବାକୁ ପଡ଼ିବ। ଯଦି ସମୟ ସୀମା ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ କ୍ଷତିଗ୍ରସ୍ତ ରାଜ୍ୟମାନେ ଅଦାଲତର ଦ୍ୱାରସ୍ଥ ହୋଇପାରିବେ ବୋଲି କୋର୍ଟ କହିଛନ୍ତି।

ଯଦି ସାମ୍ବିଧାନିକ ବୈଧତାକୁ ନେଇ ପ୍ରଶ୍ନ ଉଠୁଥିବାରୁ ବିଲ୍‌କୁ ଅଟକା ଯାଇଥାଏ, ତେବେ କାର୍ଯ୍ୟପାଳିକା ଅଦାଲତର ଭୂମିକା ଗ୍ରହଣ କରିବା ଉଚିତ ନୁହେଁ। ଧାରା ୧୪୩ ଅନୁଯାୟୀ ଏଭଳି ପ୍ରଶ୍ନକୁ ସୁପ୍ରିମ୍‌କୋର୍ଟକୁ ପଠାଯିବା ଉଚିତ। କେବଳ ସାମ୍ବିଧାନିକ ଅଦାଲତମାନଙ୍କର ବିଲ୍‌ର ସାମ୍ବିଧାନିକତା ଯାଞ୍ଚ କରିବାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି ଡିଏମ୍‌କେ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ୧୦ଟି ବିଲ୍‌କୁ ଅନୁମୋଦନ ନ ଦେଇ ବେଆଇନ ଭାବେ କାର୍ଯ୍ୟ କରିଛନ୍ତି ବୋଲି ରାୟ ଦେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟପାଳମାନେ ବିଲ୍ ଉପରେ କାର୍ଯ୍ୟ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବା ବେଳେ ଅଦାଲତ କହିଛନ୍ତି ଯେ ନିଷ୍କ୍ରିୟତା ନ୍ୟାୟିକ ସମୀକ୍ଷା ଅଧୀନରେ ଆସିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe