Deccan Herald
ନୂଆଦିଲ୍ଲୀ: ଭାରତୀୟ ସେନା ସାହସିକତାର ସହ ଲଢ଼ି ଚୀନର ପିପୁଲ୍ସ ଲିବରେସନ୍ ଆର୍ମିକୁ ପଛକୁ ଘୁଞ୍ଚିବାକୁ ବାଧ୍ୟ କରିଥିଲେ। ଲଦାଖ ନିକଟସ୍ଥ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ଭାରତୀୟ ସେନା ଦିନ ରାତି ଏକ କରି ଚୀନ ସେନାର ଗିତିବିଧି ଉପରେ ନଜର ରଖିବା ସହ ସେମାନଙ୍କର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି’(ଫିକ୍କି)ର ୯୩ତମ ସାଧାରଣ ସଭା ଏବଂ ବାର୍ଷିକ ଅଧିବେଶନରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଏହି ଗୁରରୁତ୍ବପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି ।
ଜୁନ ମାସରେ ଚୀନ ସେନା ସହ ଲଢ଼ି ସହିଦ ହୋଇଥିବା ୨୦ଜଣ ଯବାନଙ୍କ ସାହାସିକତା ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ, ଚଳିତ ବର୍ଷ ଆମର ସେନାକୁ ଯେଉଁ ସଫଳତା ମିଳିଛି , ତାକୁ ନେଇ ଆମର ଆଗାମୀ ପିଢ଼ି ନିଶ୍ଚିତ ଭାବରେ ଭାରତୀୟ ସେନା ଉପରେ ଗର୍ବ ଅନୁଭବ କରିବ। ଗଲୱାନ ସଂଘର୍ଷ ପରେ ଏଲଏସିରେ ସ୍ଥିତି ଅଶାନ୍ତ ହୋଇ ପଡ଼ିଥିଲା। କିନ୍ତୁ ଆମର ଯବାନମାନେ ଯେଉଁଭଳି ଭାବରେ ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଲେ, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଗଲୱାନରେ ଆମର ୨୦ଜଣ ଯବାନ ସହିଦ ହୋଇଥିବା କଥା ଆମେ ସ୍ବୀକାର କରିଥିଲେ ମଧ୍ୟ ଚୀନ ଏ ପର୍ଯ୍ୟନ୍ତ ନିଜ ଆଡୁ ନିଜ ଯବାନଙ୍କ ମୃତାହତର ସଂଖ୍ୟା ଜଣାଇ ନାହିଁ। ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରିବା ସହ ସୈନ୍ୟ ପ୍ରତ୍ୟାହାର କରିବ କହି ସୀମାରେ ସୈନ୍ୟ ଠୁଳ କରିଛି। କିନ୍ତୁ ସବୁ ପରେ ବି ସେ ଆମ ସେନା ଶତ୍ରୁର ଆଖି ସହ ଆଖି ମିଶାଇ ଲଢ଼ି ଚାଲିଛନ୍ତି ବୋଲି କହିଛନ୍ତି ରାଜନାଥ ସିଂହ।
 The Indian Expressଏହା ସହ ପାକିସ୍ତାନ ସହ ସୀମା ବିବାଦକୁ ନେଇ ସେ କହିଛନ୍ତି ଯେ, ଆମେ ଚଳିତ ବର୍ଷ ସୀମା ଆତଙ୍କବାଦର ମଧ୍ୟ ଶିକାର ହୋଇଛୁ। ପାକିସ୍ତାନ ପକ୍ଷରୁ ଅନେକ ଥର ଆକ୍ରମଣ କରାଯାଇଥିବା ବେଳେ ଅନେକ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ପାର ହୋଇ ଭାରତ ଆସିଛନ୍ତି। କିନ୍ତୁ ସୀମାରେ ଥିବା ଆମ ସେନା ସାହାସର ସହ ସେମାନଙ୍କ ସାମ୍ନା କରିଛନ୍ତି। ଏଥିରେ ଆମେ ଆମର ଅନେକ ଯବାନଙ୍କୁ ମଧ୍ୟ ହରାଇଥିଲେ ମଧ୍ୟ ଦେଶକୁ ବଞ୍ଚାଇବାରେ ଆମ ଯବାନମାନେ ସଫଳ ହୋଇଛନ୍ତି।
  
 Follow Us