ଅଶାନ୍ତ କର୍ଣ୍ଣାଟକ: ୧୦ ଦିନରେ ୩ ହତ୍ୟାକୁ ନେଇ ଉତ୍ତେଜନା

Advertisment
ଅଶାନ୍ତ କର୍ଣ୍ଣାଟକ: ୧୦ ଦିନରେ ୩ ହତ୍ୟାକୁ ନେଇ ଉତ୍ତେଜନା

The Indian Express

ମାଙ୍ଗାଲୁରୁ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଗତ ୧୦ ଦିନ ଭିତରେ ୩ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସ୍ଥାନୀୟ ପୁଲିସ ୨୩ ବର୍ଷୀୟ ମହମ୍ମଦ ଫଜିଲଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି।

ଫଜିଲ ହେଉଛି ମାଙ୍ଗାଲୋରର ବାସିନ୍ଦା। ଗୁରୁବାର କିଛି ଲୋକ ତାଙ୍କୁ ସେମିତି ହାଣି ହତ୍ୟା କରିଥିଲେ ଯେମିତି ପୂର୍ବ ମଙ୍ଗଳବାର ବିଜେପି କର୍ମୀ ପ୍ରବୀଣ ନେତ୍ତାରୁଙ୍କୁ ହତ୍ୟା କରାଯାଇଥିଲା। ନେତ୍ତାରୁ ହତ୍ୟା ମାମଲାରେ ଦୁଇଜଣ ଲୋକଙ୍କୁ ଗିରଫ କରାଯାଇଛି। ତା’ଛଡ଼ା ଆଉ ୩୭ ଜଣଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ଅଟକ ରଖିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଫଜିଲଙ୍କ ହତ୍ୟା ସମ୍ପର୍କରେ ସେମାନେ କିଛି ସୁରାକ ପାଇଛନ୍ତି। ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏଡିଜିପି ଆଲୋକ କୁମାର କହିଛନ୍ତି। ମାସୁଦ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ବି ଜୁଲାଇ ୧୯ରେ ହତ୍ୟା କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ନେତ୍ତାରୁଙ୍କ ହତ୍ୟା ପରେ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଥିବା ବେଳେ ମାସୁଦ କିମ୍ବା ଫଜିଲଙ୍କ ଘରକୁ ଯାଇ ନାହାନ୍ତି। ତାଙ୍କର ଏପରି ପାତରଅନ୍ତରମୂଳକ ବ୍ୟବହାରକୁ ମୁସଲମାନ ସମ୍ପ୍ରଦାୟ ନିନ୍ଦା କରିଛନ୍ତି। ତା’ଛଡ଼ା ଗୋଟିଏ ମାମଲାର ତଦନ୍ତ ଭାର ଏନ୍‌ଆଇଏକୁ ଦିଆଯାଇଥବା ବେଳେ ଆଉ ଦୁଇଟି ମାମଲାକୁ କାହିଁକି ବାଦ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ମୁସଲମାନ କମିଟି ପକ୍ଷରୁ ମାସୁଦ ଓ ଫଜିଲଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe