ଭିସ୍ତାରା ବିମାନ ମଧ୍ୟରେ କେବିନ ସଦସ୍ୟଙ୍କୁ ଖରାପ ବ୍ୟବହାର ଦେଖାଇଥିବା ମହିଳା ଯାତ୍ରୀ ଗିରଫ

ଭିସ୍ତାରା ବିମାନ ମଧ୍ୟରେ କେବିନ ସଦସ୍ୟଙ୍କୁ ଖରାପ ବ୍ୟବହାର ଦେଖାଇଥିବା ମହିଳା ଯାତ୍ରୀ ଗିରଫ

www.indiatoday.in

ମୁମ୍ବାଇ: ଆବୁଧାବିରୁ ମୁମ୍ବାଇ ଉଡ଼ାଣ ଭରିଥିବା ଭିସ୍ତାରା ବିମାନ ମଧ୍ୟରେ ଗଣ୍ଡଗୋଳ ଉପୁଜାଇଥିବା ଜଣେ ଇଟାଲୀୟ ମହିଳା ଯାତ୍ରୀଙ୍କୁ ପୁଲିସ୍‌ ସୋମବାର ଗିରଫ କରିଛି। ମହିଳା ଜଣକ ଇକୋନୋମି ଶ୍ରେଣୀର ଟିକେଟ୍‌ ଦେଖାଇ ବିଜିନେସ୍‌ ଶ୍ରେଣୀରେ ବସିବାକୁ ଜିଦ୍‌ କରିଥିଲେ। କେବଳ ଜିଦ୍‌ କରିନଥିଲେ, ବରଂ ଏହି କାରଣରୁ ସେ ବିମାନ କର୍ମଚାରୀଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ। ସେହି କାରଣରୁ ମହିଳାଙ୍କୁ ଶେଷରେ ଗିିରଫ କରାଯାଇଛି।

ଇଟାଲୀର ପାଓଲା ପେରିସିଓ ନାମ୍ନୀ ଏହି ମହିଳା ଜଣକ ଗିରଫ ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଜାମିନ୍‌ ମିଳିଯାଇଛି। ଏ ନେଇ ଭିସ୍ତାରାର ମୁଖପାତ୍ର କହିଛନ୍ତି ଯେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍‌ (ଏସ୍‌ଓପି) ଅନୁସାରେ ଏହି ଘଟଣା ସଂପର୍କରେ ଗ୍ରାଉଣ୍ଡରେ ଥିବା ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେମାନେ ପଦକ୍ଷେପ ଗ୍ରହଣ କରିଥିଲେ।

ମୁଖପାତ୍ର ଆହୁରି ବି କହିଛନ୍ତି ଯେ ବେନିୟମ ଆଚରଣକୁ ନେଇ ଭିସ୍ତାରା ଶୂନ୍ୟ ସହନଶୀଳନା ନୀତି ଆପଣାଉଛି। ଗ୍ରାହକ ଓ କର୍ମଚାରୀଙ୍କ ନିରାପତ୍ତା, ସୁରକ୍ଷା ଓ ସମ୍ମାନକୁ ପ୍ରାଥମିକତା ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe