କାର୍‌ ଅପରିଷ୍କାର ହେବ କହି ଦୁର୍ଘଟଣାଗ୍ରସ୍ତ ବାଳକଙ୍କୁ ଡାକ୍ତରଖାନା ନେବାକୁ ମନା କଲା ପୁଲିସ୍‌

Advertisment
କାର୍‌ ଅପରିଷ୍କାର ହେବ କହି ଦୁର୍ଘଟଣାଗ୍ରସ୍ତ ବାଳକଙ୍କୁ ଡାକ୍ତରଖାନା ନେବାକୁ ମନା କଲା ପୁଲିସ୍‌

Image Courtesy of TOI

ମିରଟ: ଗୁରୁବାର ମଧ୍ୟରାତ୍ରୀରେ ଉତ୍ତର ପ୍ରଦେଶର ଡାଏଲ୍‌ ୧୦୦ ପୁଲିସ ଡାକ୍ତରଖାନାକୁ ନେବାକୁ ମନା କରିଦେବାରୁ ଦୁର୍ଘଟନାଗ୍ରସ୍ତ ହୋଇ ରାସ୍ତାକଡ଼ରେ ପଡ଼ିଥିବା ଦୁଇ ଜଣ ୧୫ ବର୍ଷିୟ ବାଳକଙ୍କର ମୃତ୍ୟୁ ଘଟିଛି। ଲହୁଲୁହାଣ ହୋଇଥିବା ଦୁଇ ବାଳକଙ୍କୁ ନେଲେ ତୋୟତା ଇନୋଭା ଗାଡ଼ିଟିରେ ପାଣିକାଦୁଅ ଓ ରକ୍ତଦାଗ ଲାଗି ଅପରିଷ୍କାର ହୋଇଯିବ ବୋଲି ସେମାନେ କୁଣ୍ଠିତ ହେଉଥିଲେ।

ଏ ଘଟଣାର ଏକ ଭିଡିଓରେ ଦେଖାଯାଉଛି. ଜଣେ ପୁଲିସ କହୁଛନ୍ତି, ଯଦି ଆମ ଗାଡ଼ି ଅପରିଚ୍ଛନ୍ନ ହୋଇ ଯାଏ, ଆମେ ରାତି ସାରା କେଉଁଠି ବସିବୁ?

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ବିଭାଗ ଶୁକ୍ରବାର ଦିନ ତିନି ଜଣ ପୁଲିସଙ୍କୁ ନିଲମ୍ବିତ କରିଛି। ସେମାନେ ହେଉଛନ୍ତି- ହେଡ୍‌ କନେଷ୍ଟବଳ ଇନ୍ଦର୍‌ପାଲ୍‌ ସିଂହ ଏବଂ କନେଷ୍ଟବଳ ପଙ୍କଜ କୁମାର ଓ ମନୋଜ କୁମାର।

ସୋତିଆ ବିହାରର ଅର୍ପିତ ଖୁରାନା ଏବଂ ସନ୍ନି ଗୁପ୍ତ ଦଶମ ଶ୍ରେଣୀରେ ପଢ଼ନ୍ତି। ସେମାନେ ମୋଟରସାଇକେଲ୍‌ ଯୋଗେ ଘରକୁ ଫେରୁଥିବାବେଳେ ଗୋଟାଏ ବିଜୁଳି ଖୁଣ୍ଟରେ ଧକ୍କା ଖାଇ ରାସ୍ତାକଡ଼ରେ ଥିବା ନଳାରେ ପଡ଼ିଯାଇଥିଲେ।

ଅର୍ପିତଙ୍କର ଜଣେ ଚିହ୍ନା ଲୋକ ଏବଂ ବାଟୋଇମାନେ ସେମାନଙ୍କୁ ନଳାରୁ କାଢ଼ିଥିଲେ। ଉଭୟ ଆହତ ଛାତ୍ର ରାସ୍ତାରେ ଶୋଇ ରହିଥିବାବେଳେ ବାଟୋଇମାନେ ପୁଲିସକୁ ଡାକିଥିଲେ। ସେମାନେ ଡାଏଲ୍‌ ୧୦୦ ଗାଡ଼ିରେ ପହଞ୍ଚିଥିଲେ। କିନ୍ତୁ, ଏ ଭଳି ଅବସ୍ଥାରେ ଥିବା ଆହତ ଦ୍ୱୟଙ୍କୁ ସେମାନେ ନିଜ ଗାଡ଼ିରେ ନେବାକୁ ମନା କରି ଦେଇଥିଲେ। କହିଥିଲେ- କାର୍‌ ଅପରିଷ୍କାର ହୋଇଯିବ। ଗୋଟାଏ ଟେମ୍ପୋରେ ସେମାନଙ୍କୁ ନେଇ ଯାଅ।

ଡାକ୍ତରଖାନା ନିଆଯିବା ପୂର୍ବରୁ ଆହତ ବାଳକ ଦ୍ୱୟଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe