ଯମୁନା ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୪ଜଣ ବାଳିକାଙ୍କ ମୃତ୍ୟୁ

ପ୍ରବଳ ଗରମ ହେତୁ ଛଅଜଣଭଉଣୀ ସାଙ୍ଗ ହୋଇ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ୪ଭଉଣୀ। ଉଦ୍ଧାର ୨ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

wt

ଆଗ୍ରା: ମଙ୍ଗଳବାର ଉତ୍ତରପ୍ରଦେଶର ଆଗ୍ରାର ଯମୁନା ନଦୀରେ ଏକ ବଡ଼ଧରଣର ଅଘଟଣ ଘଟି ଯାଇଛି। ପ୍ରବଳ ଗରମ ହେତୁ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ଚାରିଜଣ ବାଳିକା ବୁଡ଼ି ଯାଇଥିବା ବେଳେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। 

ଦୁର୍ଘଟଣାର ସୂଚନା ପାଇବା ପରେ ଡିଏମ, ପୁଲିସ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରୁ ଉଦ୍ଧାର କରାଯାଇଥିବା ଦୁଇଜଣ ବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ୬ଜଣ ବାଳିକା ଆଗ୍ରାର ସିକନ୍ଦରା ଥାନା ଅଞ୍ଚଳର ନାଗଲା ନାଥୁ ନିକଟରେ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରେ ମୁସ୍କାନ, ତାଙ୍କ ସାନ ଭଉଣୀ ସନ୍ଧ୍ୟା, ଦିବ୍ୟା, ସମ୍ପର୍କୀୟ ନୈନା, ମାଉସୀ ଝିଅ ଭଉଣୀ ସୋନମ, ସୁହାନି ସାମିଲ ଥିଲେ। ମୁସ୍କାନଙ୍କ ସମ୍ପର୍କୀୟ ଭାଇ ଦୀପେଶ ମଧ୍ୟ ଭଉଣୀମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ।

ଦୀପେଶ ଏବଂ ତାଙ୍କ ଭଉଣୀମାନେ ଯମୁନା ନଦୀରେ ଗାଧୋଉଥିଲେ। ହଠାତ୍ ସନ୍ଧ୍ୟା ଗଭୀର ପାଣି ଭିତରକୁ ପଶି ଯାଇଥିଲେ। ସନ୍ଧ୍ୟାଙ୍କୁ ଗଭୀର ପାଣି ଭିତରକୁ ଯାଉଥିବା ଦେଖି ମୁସ୍କାନ, ସୋନମ ଏବଂ ଦିବ୍ୟା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। କିନ୍ତୁ ସେମାନେ ମଧ୍ୟ ଗଭୀର ପାଣିରେ ଫସି ଯାଇ ଯାଇଥିଲେ।

ଝିଅମାନଙ୍କୁ ବୁଡ଼ି ଯାଉଥିବା ଦେଖି ପାଖରେ ଉପସ୍ଥିତ ଥିବା ଗ୍ରାମବାସୀ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା  କରିଥିଲେ। ପ୍ରାୟ ଅଧ ଘଣ୍ଟାର କଠିନ ପରିଶ୍ରମ ପରେ ସମସ୍ତଙ୍କୁ ଗଭୀର ପାଣିରୁ ବାହାର କରାଯାଇଥିଲା। ସେତେବେଳକୁ ୪ଜଣ ବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe