ଏକାଠି ଜଳିଲା ବାପା ଓ ମା’ଙ୍କ ଜୁଇ; ଭାଙ୍ଗି ପଡ଼ିଛନ୍ତି ୪ଜଣ ସନ୍ତାନ

ଗାଁ ପାଖ ଶ୍ମଶାନରେ ଦମ୍ପତିଙ୍କ ଏକାଠି ଅନ୍ତିମ ସଂସ୍କାର ଦେଖି ସ୍ତବ୍ଧ ହୋଇଯାଇଛି ଗାଁ। ଦୁଃଖର ଭାଙ୍ଗିପଡ଼ିଛନ୍ତି ମୃତ ଦମ୍ପତିଙ୍କ ପରିବାର ଓ ୪ଜଣ ସନ୍ତାନ। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ସୂଚନା ମିଳିଛି।

43t5

ନୂଆଦିଲ୍ଲୀ: ଆଗ୍ରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣିବାମାତ୍ରେ ସ୍ତ୍ରୀ ଅଚେତ  ହୋଇପଡ଼ିଥିଲେ। ତାଙ୍କୁ ପରିବାରଲୋକ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦମ୍ପତିଙ୍କ ନାମ ରାମ ଅବତାର ଭଦୌରିୟା ଓ ଉଷା ଦେବୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ବସବାସ କରୁଥିବା ରାମ ଅବତାରଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ପରିବାରଲୋକ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସ୍ବାମୀ ରାମଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀ ଉଷା ଦେବୀ ଅଚେତ ହୋଇପଡ଼ିଥିଲେ।

ଉଷା ଦେବୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଁ ଯାଇଥିଲା ହେଲେ ଡାକ୍ତର ରାମଙ୍କ ସ୍ତ୍ରୀଙ୍କୁ ବି ମୃତ ଘୋଷଣା କରିଥିଲେ। ଦମ୍ପତିଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ରାମ ଓ ଉଷା ଦେବୀଙ୍କ ଚାରିଜଣ ସନ୍ତାନ ଅଛନ୍ତି। ହଠାତ ବାପା ଓ ମା’ଙ୍କ ଉଭୟଙ୍କୁ ହରାଇ ସନ୍ତାନଙ୍କ ସମେତ ପୂରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି। ଗାଁ ପାଖ ଶ୍ମଶାନରେ ଦମ୍ପତିଙ୍କ ଏକାଠି ଅନ୍ତିମ ସଂସ୍କାର କରାଯାଇଥିଲା। ଏଦୃଶ୍ୟ ଦେଖି ପରିବାର ସମେତ ଗ୍ରାମବାସୀ ମଧ୍ୟରେ ଶୋକରଛାୟା ଖେଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe