ବିଷାକ୍ତ ମଦ ପିଇ ୧୧ଜଣଙ୍କ ମୃତ୍ୟୁ

ବିଷାକ୍ତ ମଦ ପିଇ ୧୧ଜଣଙ୍କ ମୃତ୍ୟୁ

ଆଲିଗଡ: ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ‌ହୋଇଛି। ମୃତକଙ୍କ ମଧ୍ୟରେ ଆଲିଗଡ଼ ଏଚପି ଗ୍ୟାସ ପ୍ଲାଣ୍ଟର ଟ୍ରକ ଚାଳକ ବି ସାମିଲ ଅଛନ୍ତି। ଲୋଧା ଥାନା ଅଞ୍ଚଳର କରସୁଆ, ନିମାନା, ହୈବତପୁର, ଅଣ୍ଡାଲା ଗ୍ରାମରେ କିଛି ବ୍ୟକ୍ତି ବି ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି । ଏବେ ବି ଅନେକ ଲୋକଙ୍କ ଅବସ୍ଥା‌ ଗମ୍ଭୀର ରହିଛି। ସେମାନଙ୍କ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଲିଗଡ଼ର ଜିଲ୍ଲାଅଧିକାରୀ ଚନ୍ଦ୍ର ଭୂଷଣ ସିଂହ କହିଛନ୍ତି, ଶୁକ୍ରବାର ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମୃତକମାନେ ଗ୍ରାମରେ ଥିବା ଦେଶି ମଦ ଭାଟିରୁ ମଦ ପିଇଥିଲେ। ଏହି ଦେଶି ମଦ ଭାଟିକୁ ସିଲ୍ କରିଦିଆଯାଇଛି । ବ୍ୟବସାୟୀଜଣଙ୍କ ନକଲି ମଦ ବିକ୍ରି କରୁଥିଲେ ନା ନାହିଁ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe