ନୂଆଦିଲ୍ଲୀ: ଫତେହପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମ୍ବାଦିକ ଦିଲୀପ ସେନି ଏବଂ ବିଜେପି ନେତା ସାହିଦ ଖାନଙ୍କୁ ଗତବୁଧବାର ରାତିରେ ଛୁରୀ ଭୁସି ହତ୍ୟା କରାଯାଇଛି। ଏହି ଆକ୍ରମଣରେ ଏଏନଆଇ ସାମ୍ବାଦିକ ଦିଲୀପ ସେନିଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିଜେପି ନେତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ଏହି ଅଭାବନୀୟ ଘଟଣା ସଦର କୋତବାଲି ଭିଟୋରା ବାଇପାସ ନିକଟରେ ଘଟିଥିଲା। ଆକ୍ରମଣକାରୀମାନେ ଦିଲୀପ ସେନିଙ୍କ ଉପରେ ଅନେକ ଥର ଆକ୍ରମଣ କରିଥିବାବେଳେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ନେତା ସହିଦ ଖାନ ବି ଏହି ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣକାରୀମାନେ ଏହି ଦୁଇଜଣଙ୍କ ଉପରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପୁଲିସ ଓ ସ୍ଥାନୀୟଲୋକେ ଉଭୟଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରରେ ଭର୍ତ୍ତି କରିଥିଲେ। ସେଠାରୁ ଦୁହିଁଙ୍କୁ କାନପୁରର ହେଲଟ୍ ହସ୍ପିଟାଲକୁ ପଠାଇଦିଆଯାଇଥିଲା। କିନ୍ତୁ, ଗୁରୁତର ଆହତ ହେତୁ ଦିଲୀପ ସେନିଙ୍କ ହସ୍ପିଟାଲ ଯିବା ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। । କାନପୁରରେ ସହିଦ ଖାନଙ୍କ ଚିକିତ୍ସା ଜାରି ରହିଛି ଏବଂ ତାଙ୍କ ଅବସ୍ଥାରେ ଧୀରେଧୀରେ ସୁଧାର ଆସୁଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।
Follow Us