ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଯାଇଥିବା ବେଳେ ସ୍ବାମୀଙ୍କୁ ଭସାଇ ନେଲା ନଦୀର ସ୍ରୋତ

ସ୍ବାମୀ କିଛି ସମ୍ପର୍କୀୟଙ୍କ ସହିତ ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଯାଇଥିବାବେଳେ ନଦୀ ମଝିରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡଙ୍ଗା। ନଦୀର ସ୍ରୋତ ଭସାଇ ନେବାରୁ ସ୍ବାମୀଙ୍କ ଉଡ଼ିଗଲା ପ୍ରାଣବାୟୁ।

883be3a1-5238-4888-9246-2895b7ff2a98

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କୈସରଗଞ୍ଜ ଥାନା ଅନ୍ତର୍ଗତ ନିନ୍ଦିପୁର ଗାଁରେ ଅସ୍ଥି ବିସର୍ଜନ ସମୟରେ ବୁଡ଼ି ଯିବାରୁ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ, ସ୍ବାମୀ ତାଙ୍କର କିଛି ସମ୍ପର୍କୀୟଙ୍କ ସହିତ ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଯାଇଥିଲେ। ନଦୀ ମଝିରେ ଡଙ୍ଗାଟି ହଠାତ୍ ଭାରସାମ୍ୟ ହରାଇ ଦେଇଥିଲା। ଫଳରେ ଡଙ୍ଗାରେ ବସିଥିବା ତିନିଜଣ ଯାତ୍ରୀ ଗଭୀର ପାଣିରେ ପଡ଼ି ଯାଇଥିଲେ। ଏହି ସମୟରେ ନଦୀର ପ୍ରବଳ ସ୍ରୋତ ଯାତ୍ରୀଙ୍କୁ ଭସାଇ ନେଇଥିଲା। 

ଘଟଣା ବିଷୟରେ ଜାଣିବା ପରେ, ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଘଣ୍ଟାଘଣ୍ଟାର ପ୍ରୟାସ ପରେ ମୃତଦେହଗୁଡ଼ିକୁ ନଦୀରୁ ବାହାର କରିଥିଲା।। ପୁଲିସ ତିନୋଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। 

କୈସରଗଞ୍ଜ ଥାନା ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ଯେ ଘଟଣାଟି ଅତ୍ୟନ୍ତ ଦୁଃଖଦ ଏବଂ ପ୍ରଶାସନ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଡଙ୍ଗା ପରିଚାଳନାରେ କୌଣସି ଅବହେଳା ହୋଇଛି କି ନାହିଁ ତାହା ଯାଞ୍ଚ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe