ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅନ୍ତର୍ଗତ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ସମ୍ପ୍ରତି ଦେଇଥିବା ଏକ ବିବାଦୀୟ ବୟାନ ବିଭିନ୍ନ ମହଲରେ ଝଡ଼ ସୃଷ୍ଟି କରିଛି। ୨୦୨୪ ମସିହା ସୁଦ୍ଧା ଭାରତ ଏର ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ। ତେଣୁ ଯେଉଁ ମୁସ୍ଲିମ୍ମାନେ ହିନ୍ଦୁ ସଂସ୍କୃତିକୁ ଗ୍ରହଣ କରିବେ, ସେହିମାନେ ହିଁ ଭାରତରେ ରହିପାରିବେ ବୋଲି ଶ୍ରୀ ସିଂହ ଦେଇଥିବା ବୟାନ ସଂଖ୍ୟାଲଘୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଅବତାର ପୁରୁଷ ଭାବେ ବର୍ଣ୍ଣନା କରି ବିଧାୟକ ଶ୍ରୀ ସିଂହ କହିଛନ୍ତି ଯେ ୨୦୨୫ମସିହାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଶହେ ବର୍ଷ ପୂରିବ। ତେବେ ୨୦୨୪ ମସିହା ସୁଦ୍ଧା ରାଅଳ୍ପ କିଛି ମୁସ୍ଲିମ୍ ରହିଛନ୍ତି ଯେଉଁମାନେ ଦେଶଭକ୍ତ। ତେବେ ଭାରତ ହିନ୍ଦୁ ରାଷ୍ଟ୍ର ହେବା ପରେ ଯେଉଁ ମୁସ୍ଲିମ୍ମାନେ ହିନ୍ଦୁ ସଂସ୍କୃତିକୁ ନଆଦରିବେ, ସେମାନେ ଅନ୍ୟ ଦେଶରେ ଆଶ୍ରୟ ନେବା କଥା ବିଚାର କରିବେ।
ୟୁପି ବିଜେପି ବିଧାୟକଙ୍କ ବିବାଦୀୟ ବୟାନ
Advertisment
Follow Us