ୟୁପିର ବିଜେପି ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଦୁୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା; ତଦନ୍ତ ଆରମ୍ଭ

Advertisment
ୟୁପିର ବିଜେପି ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଦୁୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା; ତଦନ୍ତ ଆରମ୍ଭ

NDTV

ଭାଦୋହୀ (ଉତ୍ତରପ୍ରଦେଶ): ପୁଣି ଏକ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇ ପଡ଼ିଛନ୍ତି ଉତ୍ତରପ୍ରଦେଶର ଅନ୍ୟଜଣେ ବିଜେପି ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀ। ଜନୈକା ୪୦ ବର୍ଷ ବୟସ୍କା ମହିଳା ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀ ବିରୋଧରେ ଏକ ଦୁଷ୍କର୍ମ ଅଭିଯୋଗ ପୁଲିସ୍‌ ନିକଟରେ ଆଗତ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଏହି ଅଭିଯୋଗରେ ସତ୍ୟତା ରହିଥିବା ଜଣାପଡ଼ିବା ପରେ ଏବେ ପୁଲିସ୍‌ ପକ୍ଷରୁ ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଏକ ବିଧିବଦ୍ଧ ମାମଲା ଆଗତ କରିବା ସହ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଭାଦୋହୀ ଏସ୍‌ପି ରାମ ବଦନ ସିଂହ।

ଆଗତ ଅଭିଯୋଗ ସଂପର୍କରେ ସୂଚନା ଦେଇ ଭାଦୋହୀ ଏସ୍‌ପି ରାମ ବଦନ ସିଂହ କହିଛନ୍ତି ଯେ ପୀଡ଼ତା ଜଣଙ୍କର ସ୍ୱାମୀଙ୍କର ଦେହାନ୍ତ ୨୦୦୭ରେ ହୋଇଯିବା ପରେ ୨୦୧୪ରେ ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ପୁତୁରା ତାଙ୍କ ସଂସ୍ପର୍ଶରେ ଆସିବା ସହ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶ।ରିରୀକ ସଂପର୍କ ରଖିଥିଲେ। ହେଲେ, ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ଲୁଚିବାରୁ ଘଟଣା ସଂପର୍କରେ ଜଣାଇବା ପାଇଁ ପୀଡ଼ିତା ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ନିକଟକୁ ଯାଇଥିଲେ। ହେଲେ, ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀ ତାଙ୍କୁ ସାହାଯ୍ୟ କରିବା ବଦଳରେ ଏକ ହୋଟେଲରେ ମାସାଧିକ କାଳ ବନ୍ଦୀ କରି ରଖିବା ସହ ତାଙ୍କ ସହ ଏକାଧିକ ବାର ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଜଣକ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe