୭ବର୍ଷ ବୟସରେ ଅପହରଣ ହୋଇଥିବା ଯୁବକ ଓକିଲ ହୋଇ ଅଭିଯୁକ୍ତକୁ ଦେଲେ ଦଣ୍ଡ

ହର୍ଷଙ୍କୁ ୭ବର୍ଷ ହୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅପହରଣ କରିନେଇଥିଲା। ଏବେ ୧୭ବର୍ଷ ପରେ ହର୍ଷ ଓକିଲ ହେବା ସହ ନିଜ ଅପହରଣକାରୀଙ୍କୁ ଦଣ୍ଡ ଦେଇଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ଜଣାଯାଇଛି।

wqrqwr

ଲକ୍ଷ୍ନୌ: ନିଜ ଅପହରଣକାରୀଙ୍କୁ ଦଣ୍ଡ ଦେଲେ ୨୪ବର୍ଷୀୟ ଓକିଲ ହର୍ଷ ଗର୍ଗ। ହର୍ଷଙ୍କୁ ୭ବର୍ଷ ହୋଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେଇଥିଲେ। ଏବେ ୧୭ବର୍ଷ ପରେ ହର୍ଷ ଓକିଲ ହେବା ସହ ନିଜ ଅପହରଣକାରୀଙ୍କୁ ଦଣ୍ଡ ଦେଇଥିବା ଜଣାଯାଇଛି।

ଘଟଣା ବିଷୟରେ ଜଣାଇ ହର୍ଷ କହିଛନ୍ତି ଯେ, ଫେବ୍ରୁଆରି ୧୦, ୨୦୦୭ରେ ତାଙ୍କୁ ଅପହରଣ କରାଯାଇଥିଲା। ତାଙ୍କ ପିତା ରବି କୁମାର ଗର୍ଗ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବ‌ାରୁ ଅଭିଯୁକ୍ତମାନେ ତାଙ୍କୁ ଗୁଳି କରିଥିଲେ। ଅପହରଣ ପରେ ଅପହରଣକାରୀମାନେ ଛାଡ଼ିବା ପାଇଁ ୫୫ଲକ୍ଷ ଟଙ୍କା ମାଗିଥିଲେ। ଘଟଣାର ୨୬ଦିନ ପରେ ମଧ୍ୟପ୍ରଦେଶର ଶିବପୁରୀରୁ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା। ଘଟଣା ପରେ ପୁଲିସ ୮ଜଣକୁ ଗିରଫ କରିଥି‌ବା ବେଳେ ୧୭ବର୍ଷ ହେଲାଣି ଏହାର ଶୁଣାଣି ଚାଲିଥିଲା। ଏମଧ୍ୟରେ ସେ ବଡ଼ ହେବା ସହ ଓକିଲାତି ପଢ଼ି ଜଣେ ଓକିଲ ହୋଇଥିଲେ। ସେପ୍ଟେମ୍ବର ୧୭, ୨୦୨୪ରେ ମାମଲାର ଶେଷ ଶୁଣାଣି ଥିବା ବେଳେ ହର୍ଷ ୧୭ବର୍ଷ ତଳେ ଭୋଗିଥିବା ମାନସିକ ଯନ୍ତ୍ରଣା ବିଷୟରେ ବିଚାରପତିଙ୍କୁ ଜଣାଇଥିଲେ। ତାଙ୍କ ବୟାନ ଆଧାରରେ କୋର୍ଟ ୮ଜଣ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବା ଜଣାଯାଇଛି।

ହର୍ଷଙ୍କ କହିବା ମୁତାବକ, ମୁଁ ପ୍ରତ୍ୟେକ ଶୁଣାଣିରେ ଯୋଗ ଦେଉଥିଲି ଏବଂ ନିଶ୍ଚିତ କରୁଥିଲି ଯେ ସମସ୍ତ ସାକ୍ଷୀ ସେମାନଙ୍କର ନିର୍ଦ୍ଧାରିତ ତାରିଖରେ ଯେମିତି ଉପସ୍ଥିତ ରହିବେ। ଏତେ ବର୍ଷ ପରେ ମୋତେ ନ୍ୟାୟ ମିଳିଛି।

ଏ ଖବର ପଢ଼ନ୍ତୁ- https://sambad.in/crime/delhi-teen-refuses-treat-to-friends-for-buying-new-phone-stabbed-to-death-7090204

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/bengaluru-womans-husband-suspects-lovers-role-after-her-body-parts-found-in-fridge-7089775

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe