ୟୁପି ଉପନିର୍ବାଚନ: ନିୟମ ଉଲ୍ଲଂଘନ ଅଭିଯୋଗରେ ୭ ପୁଲିସ ନିଲମ୍ବିତ

ଉତ୍ତରପ୍ରଦେଶରେ  ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଭୋଟରଙ୍କ ପରିଚୟପତ୍ର ଯାଞ୍ଚକୁ ନେଇ ବିବାଦ ଉପୁଜିଥିଲା। ନିର୍ବାଚନ ଆୟୋଗ (ଇସି) ନିରପେକ୍ଷ ନିର୍ବାଚନ ପାଇଁ କେତେକ ଜରୁରୀ...

ଫଳାଫଳ ପରେ ଜନମତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ  ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଭୋଟରଙ୍କ ପରିଚୟପତ୍ର ଯାଞ୍ଚକୁ ନେଇ ବିବାଦ ଉପୁଜିଥିଲା। ନିର୍ବାଚନ ଆୟୋଗ (ଇସି) ନିରପେକ୍ଷ ନିର୍ବାଚନ ପାଇଁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଥିଲେ। ସମାଜବାଦୀ ପାର୍ଟିର ଅଭିଯୋଗ ଆଧାରରେ ଭୋଟର ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବା ୭ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ୭ ଜଣ ଅଧିକାରୀଙ୍କ ମଧ୍ୟରେ କାନପୁର ଓ ମୁଜାଫରନଗର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ମୁରାଦାବାଦରୁ ତିନି ଜଣ ଅଛନ୍ତି। ବର୍ତ୍ତମାନ ଗାଜିଆବାଦ, କଟହରୀ, ଖୈର, କୁନ୍ଦରକି, କରହଲ, ମଝୱନ, ମୀରାପୁର, ଫୁଲପୁର ଓ ସିସାମଉର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ଚାଲିଛି।

ଭିଡିଓ ପ୍ରମାଣ ଆଧାରରେ ଭୋଟର କାର୍ଡ ଓ ଆଧାର ପରିଚୟପତ୍ର ଯାଞ୍ଚ କରୁଥିବା ସମସ୍ତ ପୁଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯିବାକୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଦାବି କରିଥିଲେ। ସେପଟେ କିଛି ସମ୍ପ୍ରଦାୟର ଲୋକଙ୍କୁ ମତଦାନରୁ ବାରଣ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ବୁର୍ଖା ପିନ୍ଧିଥିବା ଭୋଟରଙ୍କ ଯାଞ୍ଚକୁ ଜୋରଦାର କରିବାକୁ ନିର୍ବାଚନ କମିସନଙ୍କୁ  ବିଜେପି ଅନ‌ୁରୋଧ କରିଥିଲା।   ମୀରାପୁରରେ ବାହାରୁ ଆସୁଥିବା ଲୋକମାନେ ଭୋଟ୍ ଦେବା ପାଇଁ ନକଲି ପରିଚୟପତ୍ର ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କୁ ମୁଜାଫରନଗର ଜିଲ୍ଲାର ମସଜିଦ, ମଦ୍ରାସା ଓ ଲଜ୍‌ରେ ରହିବାକୁ ବାଧ୍ୟ କରାଯାଉଛି ବୋଲି ବିଜେପି ଅଭିଯୋଗରେ ଦର୍ଶାଇଥିଲା। ବୁର୍ଖା ପିନ୍ଧିଥିବା ମହିଳାମାନଙ୍କୁ ଯାଞ୍ଚ କରାଯାଉ ନ ଥିବାରୁ ଏହାର ଫାଇଦା ଉଠାଇ ପୁରୁଷମାନେ ନିଜକୁ ଲୁଚାଇ ଭୋଟ୍ ଦେଇଥିଲେ ବୋଲି ଦଳ ଦାବି କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe