ୟୁପି ଉପନିର୍ବାଚନ: ଦୀପାବଳି ପୂର୍ବରୁ ଏନଡିଏକୁ ଲାଗିପାରେ ବଡ଼ ଝଟ୍‌କା

ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଏସପି ଏବଂ କଂଗ୍ରେସ ମଧ୍ୟରେ ସମୀକରଣରେ ତାଳମେଳ ରହୁ ନ ଥିବା ବେଳେ ଏନଡିଏରେ ମଧ୍ୟ ବିଭାଜନ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି...

ଅଦ୍ୟତନ ହୋଇଛି
WhatsApp Image 2024-10-22 at 7.18.54 PM

ଲକ୍ଷୌ: ଉତ୍ତରପ୍ରଦେଶର ୯ ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଏସପି ଏବଂ କଂଗ୍ରେସ ମଧ୍ୟରେ ସମୀକରଣରେ ତାଳମେଳ ରହୁ ନ ଥିବା ବେଳେ ଅନ୍ୟ ପଟେ ଏନଡିଏରେ ମଧ୍ୟ ବିଭାଜନ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହା ମଧ୍ୟ କୁହାଯାଉଛି ଯେ, ଦୀପାବଳି ପୂର୍ବରୁ ବିଜେପି ପ୍ରାର୍ଥୀଙ୍କ ତାଲିକା ଆସିବା ପରେ ଏନଡିଏକୁ ଏକ ବଡ଼ ଝଟ୍‌କା ଲାଗିପାରେ। 

ଉତ୍ତରପ୍ରଦେଶର ୯ ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ଏସପି ୭ଟି ଆସନରେ ପ୍ରାର୍ଥୀ ଦେଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ମିଲ୍କିପୁର ଆସନ ଯେଉଁଠାରେ ଏପର୍ଯ୍ୟନ୍ତ ନିର୍ବାଚନ ଘୋଷଣା ହୋଇନାହିଁ। ଅବଶିଷ୍ଟ ତିନିଟି ଆସନ ସମ୍ପର୍କରେ ଏସପି ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଚାଲିଛି। କିନ୍ତୁ ସୂତ୍ରରୁ ପ୍ରକାଶ ଯେ ବିବାଦକୁ ଏଡାଇବା ପାଇଁ କଂଗ୍ରେସ ଉପନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ଫର୍ମୁଲା ଆଧାରରେ ନିଷ୍ପତ୍ତି ନେଇଛି। କିନ୍ତୁ ପ୍ରାର୍ଥୀ ଘୋଷଣା କରୁନାହିଁ। ଏହା ପଛର କାରଣ କୁହାଯାଉଛି ଯେ ସହଯୋଗୀମାନେ ଅସନ୍ତୁଷ୍ଟ ଅଛନ୍ତି।  ମଙ୍ଗଳବାର ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ ଏବଂ ସଂଗଠନର ସାଧାରଣ ସମ୍ପାଦକ ଧରମପାଲ ସିଂଙ୍କ ସହ ୟୁପି ଡେପୁଟି ସିଏମ୍ ବ୍ରିଜେଶ ପାଠକ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦିଲ୍ଲୀ ଡକାଯାଇଛି।

ବାସ୍ତବରେ, ଗତ ବୈଠକରେ ବିଜେପି ୯ ଟି ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା। ଏଥିସହିତ ଦଳ ମୁଜାଫରନଗରର ମେରପୁର ଆସନକୁ ଆରଏଲଡିକୁ ଦେଇଥିଲେ। ଏହା ପରେ ଦୁଇଟି ଆସନ ଦାବି କରୁଥିବା ନିଷାଦ ପାର୍ଟିର ମୁଖ୍ୟ ସଞ୍ଜୟ ନିଷାଦ ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ। ଚର୍ଚ୍ଚା ହେଉଛି ସଞ୍ଜୟ ନିଷାଦ କାଟେହରି ଏବଂ ମଜୱାନ୍ ଆସନ ଦାବି କରୁଥିଲେ। ବର୍ତ୍ତମାନ ସେ କହୁଛନ୍ତି କାଟେହରି ଆସନ ଛାଡିବାକୁ ପ୍ରସ୍ତୁତ କିନ୍ତୁ ମଜୱାନ୍ ଆସନ ପାଇଁ ପ୍ରାର୍ଥୀ ତାଙ୍କ ଦଳରୁ ହେବା ଉଚିତ୍।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ନିଷାଦ ପାର୍ଟି ପ୍ରାର୍ଥୀ ବିଜେପି ସହଯୋଗରେ ମଜୱାନ୍ ଆସନ ଜିତିଥିଲେ।  ଏସପି ପ୍ରାର୍ଥୀ ଲାଲଜୀ ବର୍ମା କାଟେହରି ଆସନରୁ ବିଜୟୀ ହୋଇଥିଲେ। ସେ ସାଂସଦ ହେବା ପରେ ଏହି ଆସନ ଖାଲି ପଡିଥିଲା। ସଞ୍ଜୟ ନିଷାଦ ଏହି ଦାବିକୁ ବିଜେପି ସଭାପତି ଜେପି ନାଡ୍ଡାଙ୍କ ସମ୍ମୁଖରେ ରଖିବା ପାଇଁ ଦିଲ୍ଲୀ ବାରମ୍ବାର ଗସ୍ତ କରୁଛନ୍ତି।

ଏଥି ସହ ୟୁପି ରାଜନୀତିରେ 'ଚାଚା' ଭାବରେ ପରିଚିତଥିବା ସୁଭାସପାର ମୁଖ୍ୟ ଓମପ୍ରକାଶ ରାଜଭରଙ୍କର ହାତ ମଧ୍ୟ ଉପନିର୍ବାଚନରେ ​​ଖାଲି ରହିଯାଇଛି। ଏହା ବ୍ୟତୀତ ଏନଡିଏର ସହଯୋଗୀ ଆପ୍‌ନା ଦଳ ମଧ୍ୟ ଫୁଲପୁର ଆସନରେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିଲେ ମଧ୍ୟ ସଫଳ ହୋଇପାରି ନାହିଁ ବୋଲି କୁହାଯାଉଛି।

ଉପରୋକ୍ତ କାରଣରୁ ବିଜେପି ପ୍ରାର୍ଥୀଙ୍କ ତାଲିକା ଆସିବା ମାତ୍ରେ ଦଳରେ ଏକ ବଡ଼ ଧମାକା ହୋଇପାରେ ବୋଲି କୁହାଯାଉଛି। ଏହା ଦ୍ବାରା ଏନଡିଏ ମେଣ୍ଟରେ ବିଭାଜନ ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି।

ତେବେ ଏନେଇ ଖବର ମିଳିବା ପରେ ଦିଲ୍ଲୀରେ ୟୁପି ନେତାଙ୍କ ସହ ଏହାକୁ ନେଇ ବିଜେପି ହାଇକମାଣ୍ଡଙ୍କର ବାରମ୍ବାର ବୈଠକ ଚାଲିଛି। 

ଅଧିକ ପଢ଼ନ୍ତୁ:

ବିଜେପି କରିଛି ଷଡଯନ୍ତ୍ର: କଳ୍ପନା ସୋରେନଙ୍କ ଅଭିଯୋଗ

ମନ୍ତ୍ରୀ ହେବା ମାତ୍ରେ ରାତିଅଧରେ ବିଦ୍ୟୁତ୍ ବିଲ୍ ପୈଠ କଲେ ଅନିଲ ବିଜ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe