ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ଯୋଗୀ ଆଦିତ୍ୟନାଥ, ନିର୍ବାଚନକୁ ଦୃଷ୍ଟିରେ ୭-୮ ଜଣ ମନ୍ତ୍ରୀଙ୍କୁ କରାଯିବ ସାମିଲ

Advertisment
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ଯୋଗୀ ଆଦିତ୍ୟନାଥ, ନିର୍ବାଚନକୁ ଦୃଷ୍ଟିରେ ୭-୮ ଜଣ ମନ୍ତ୍ରୀଙ୍କୁ କରାଯିବ ସାମିଲ

www.indiatoday.in

ଚଣ୍ଡୀଗଡ଼: ଆଜି ହେବ ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିବେ। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏନେଇ ଲକ୍ଷ୍ନୌରେ ପହଞ୍ଚିସାରିଛନ୍ତି। ପ୍ରାୟ ୭-୮ ଜଣ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ସନ୍ଧ୍ୟା ୫ଟା ୩୦ରେ ଶପଥ ଗ୍ରହଣ ହେବାର ସମ୍ଭାବନା ରହିଛି। କୁହାଯାଉଛି ଯେ ୨୦୨୨ନିର୍ବାଚନକୁ ଦୃଷ୍ଟିରେ ରଖି ନୂତନ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ଏନେଇ କୌଣସି ପୁରୁଣା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବ ନାହିଁ। ଜାତି ଏବଂ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ କରିବା ପାଇଁ ରାଜ୍ୟ ବିଜେପି ସରକାର ମନ୍ତ୍ରିମଣ୍ଡଳରେ ନୂତନ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଚର୍ଚ୍ଚା ହେଉଛି।

सीएम योगी आदित्यनाथ (फाइल फोटो-PTI) www.aajtak.in

ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବରେ ସଂଗୀତା ବିନ୍ଦ, ଜିତିନ ପ୍ରସାଦ, ଛତ୍ରପାଲ ଗଙ୍ଗୱାର, ପଲତୁରାମ, ଦୀନେଶ ଖତିକ ଏବଂ କ୍ରିଷ୍ଣା ପାଶୱାନ ଶପଥ ଗ୍ରହଣ କରିପାରନ୍ତି। ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ବିଜେପି ଜାତି ସମୀକରଣକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରୁଛି, ଯାହାଦ୍ବାରା ଦଳ ୨୦୨୨ରେ ରାଜନୈତିକ ଫାଇଦା ପାଇପାରିବ। ଏହି ସମ୍ପ୍ରସାରଣରେ ପଛୁଆ ବର୍ଗଙ୍କୁ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ କରାଯାଉଛି। କୁହାଯାଉଛି ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସେହି ଜାତିମାନଙ୍କୁ ସ୍ଥାନ ଦେବାକୁ ପ୍ରୟାସ କରାଯାଇଛି, ଯାହାଙ୍କୁ ଏପର୍ଯ୍ୟନ୍ତ କ୍ୟାବିନେଟରେ ସ୍ଥାନ ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe