ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳ ବରୁଣଙ୍କ କରୋନାରେ ମୃତ୍ୟୁ, ଦୁଇ ସପ୍ତାହ ତଳେ ହୋଇଥିଲେ କରୋନା ଆକ୍ରାନ୍ତ

Advertisment
ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳ ବରୁଣଙ୍କ କରୋନାରେ ମୃତ୍ୟୁ, ଦୁଇ ସପ୍ତାହ ତଳେ ହୋଇଥିଲେ କରୋନା ଆକ୍ରାନ୍ତ

ଲକ୍ଷୗ: କରୋନା ନେଲା ମନ୍ତ୍ରୀଙ୍କ ଜୀବନ । ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଲ ରାଣୀ ବରୁଣ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସେ ଲକ୍ଷୗର ପିଜିଆଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ଜୁଲାଇ ୧୮ ତାରିଖରୁ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉତ୍ତରପ୍ରଦେଶ କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ।

କମଲା ବରୁଣଙ୍କ ଏପରି ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅମର ଆତ୍ମାର ସଦଗତି କାମନା କରିବା ସହ କମଲ ବରୁଣଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । କମଲ ବରୁଣଙ୍କ ଏପରି ଅକାଳ ବିୟୋଗ ଉତ୍ତରପ୍ରଦେଶ ରାଜନୀତିରେ ଶୋକର ଛାୟା ଖେଳାଇ ଦେଇଛି । ରାଜ୍ୟ ରାଜନୀତି ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଟୁଇଟ୍ କରି, ଉତ୍ତରପ୍ରଦେଶ ସରକାରରେ ମୋର ସହକର୍ମୀ, କ୍ୟାବିନେଟ ମନ୍ତ୍ରୀ କମଲ ରାନୀ ବରୁଣ ଜୀଙ୍କର ଅକାଳ ବିୟୋଗ ଖବର ମୋତେ ବିୁଳିତ କରିଛି। ରାଜ୍ୟ ଆଜି ଜଣେ ସମର୍ପିତ ନେତାଙ୍କୁ ହରାଇଲା। ତାଙ୍କ ପରିବାର ପ୍ରତି ମୋର ସମବେଦନା, ଭଗବାନ ଅମର ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ | ଓମ୍ ଶାନ୍ତି! ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe