ଉତ୍ତର ପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ମିଳିବ ଆଇ-ପ୍ୟାଡ୍‌

Advertisment
ଉତ୍ତର ପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ମିଳିବ ଆଇ-ପ୍ୟାଡ୍‌

Image Source: Zee News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଆଇ-ପ୍ୟାଡ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀମାନେ ଆଇ-ପ୍ୟାଡ୍‌ ବ୍ୟବହାର କରିବା ଶିଖିଗଲେ ଆସନ୍ତା ସପ୍ତାହରେ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ଆଉ କାଗଜ ବ୍ୟବହାର କରାଯିବ ନାହିଁ।

ଯୋଗୀ ଆଦିତ୍ୟ ନାଥ ପ୍ରଥମରୁ ନିଜର ଅଧିକାଂଶ କାମ କାଗଜ କଲମରେ କରୁଥିଲେ। କିନ୍ତୁ, ଏବେ ସେ କାଗଜ ଛାଡ଼ି ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିଜର କାର୍ଯ୍ୟ କରୁଛନ୍ତି। ଆଜିକାଲି ଆଦିତ୍ୟନାଥ ଆଇ-ପ୍ୟାଡ୍‌ର ବ୍ୟାପକ ବ୍ୟବହାର କରୁଛନ୍ତି। ‘ଡିଫେନ୍‌ସ୍‌ ଏକ୍ସପୋ ୨୦୨୦’ ମଧ୍ୟ ସେ ଆଇ-ପ୍ୟାଡ୍‌ ଯୋଗେ ନୋଟ୍‌ ପଢ଼ୁଥିବା ଓ ଲେଖୁଥିବା ଦେଖାଯାଇଥିଲା। କ୍ୟାବିନେଟ୍‌ ମନ୍ତ୍ରୀମାନେ ମଧ୍ୟ କାଗଜ ଛାଡ଼ି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରନ୍ତୁ ବୋଲି ସେ ଚାହୁଁଛନ୍ତି।

publive-image Image Source: India.com

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ ଅନୁସାରେ, ଆଗାମୀ କ୍ୟାବିନେଟ୍‌ ବୈଠକ ହେବ କାଗଜମୁକ୍ତ। ଆଇ-ପ୍ୟାଡ୍‌ ମାଧ୍ୟମରେ ମନ୍ତ୍ରୀମାନଙ୍କୁ ନୋଟ୍‌ସ୍‌ ଦିଆଯିବ। ଆଇ-ପ୍ୟାଡ୍‌ ବ୍ୟବହାର ଶିଖିବାକୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ତାଲିମ ଦେବା ନିମନ୍ତେ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe