Image Courtesy of NDTV
କଚ୍: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଯାଇଛନ୍ତି ବୋଲି ରବିବାର ଦିନ ‘ଏଆଇଏମ୍ଆଇଏମ୍’ ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି କହିଛନ୍ତି।
ଗୁଜରାଟର କଚ୍ରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ଅୱେସୀ କହିଲେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଯାଇଛନ୍ତି। ସେ ଯେକୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କର ଘରଦ୍ବାର ଭାଙ୍ଗି ପାରିବେ। ଯେଉଁ ଘରଟି ଭଙ୍ଗାଗଲା ତାହା ଅଭିଯୁକ୍ତଙ୍କ ପତ୍ନୀଙ୍କ ନାମରେ ଥିଲା।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ (ପିଡିଏ) ଜାଭେଦ୍ ମହମ୍ମଦ୍ ଓରଫ୍ ପମ୍ପ୍ଙ୍କର ଘର ଭାଙ୍ଗିଥିଲା। ଜୁନ୍ ୧୦ ତାରିଖରେ ସଂଘଠିତ ପ୍ରୟାଗରାଜ ହିଂସାକାଣ୍ଡର ମାଷ୍ଟର୍ମାଇଣ୍ଡ୍ ବୋଲି କୁହାଯାଉଛି।
Image Courtesy of India Todayଅଭିଯୁକ୍ତ ପମ୍ପ୍ ହେଉଛନ୍ତି ‘ୱେଲ୍ଫେୟାର୍ ପାର୍ଟି ଅଫ୍ ଇଣ୍ଡିଆ’ର ନେତା ଏବଂ ସାମାଜିକକର୍ମୀ ତଥା ଜବାହର୍ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଫ୍ରିନ୍ ଫତିମାଙ୍କ ବାପା। ତେଣୁ, ରବିବାର ଦିନ ‘ଜବାହରଲାଲ୍ ନେହେରୁ ଛାତ୍ର ସଂଘ’ ମଧ୍ୟ ଅଫ୍ରିନ୍ ଫତିମାଙ୍କ ଘରଭଙ୍ଗା ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଥିଲା। ଗତବର୍ଷ କେନ୍ଦ୍ର ସରକାରଙ୍କ ନାଗରିକ ଆଇନ ବିରୋଧରେ ଚାଲିଥିବା ପ୍ରତିବାଦରେ ଫତିମା ଅଂଶଗ୍ରହଣ କରିଥିଲେ। ଚଳିତ ସପ୍ତାହ ହିଂସାରେ ତାଙ୍କର ଭୂମିକା ସଂକ୍ରାନ୍ତରେ ବି ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ଘରେ ଅଭିଯୁକ୍ତ ବେଆଇନ ଅସ୍ତ୍ର ଏବଂ ଆପତ୍ତିଜନକ ପୋଷ୍ଟର୍ ରଖିଥିଲେ। ରବିବାର ଦିନ ଭଙ୍ଗାଯିବା ପୂର୍ବରୁ ତାଙ୍କ ଘର ଖାନତଲାସ କରାଯାଇଥିଲା।
Follow Us