ଅଯୋଧ୍ୟାରେ ମେଗା ଦୀପାବଳି ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟାରେ ମେଗା ଦୀପାବଳି ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ

Photo Courtesy of Zee News

ନୂଆଦିଲ୍ଲୀ: ଏ ବର୍ଷ ଅଯୋଧ୍ୟାରେ ଦୀପାବଳି ପାଳନ କରିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିବାଦକୁ ସ୍ପଷ୍ଟ ଏଡ଼ାଇ ସେ କହିଛନ୍ତି ଯେ ରାମଜନ୍ମଭୂମି ଝାମେଲା ସହ ଏହି ଉତ୍ସବର କୌଣସି ସଂଯୋଗ ନାହିଁ।

ନିଜ ସହଯୋଗୀମାନଙ୍କ ସହ ଅଯୋଧ୍ୟାରେ ଦୀପାବଳି ବିତାଇବାକୁ ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ସେଠାରେ ଘାଟ ପ୍ରସ୍ତୁତ କରିବାକୁ ମୁଖ୍ୟ କାମ ସବୁ ଚାଲିଛି। ଗିନିଜ୍‌ ଓ୍ଵର୍ଲ୍ଡ ରେକର୍ଡରେ ପ୍ରବେଶ କରିବା ମାନସରେ ପ୍ରାୟ ଦୁଇ ଲକ୍ଷ ମାଟି ଦୀପାଳି ପ୍ରଜ୍ଜ୍ୱଳନ କରାଯିବ। ରାମାୟଣ ୧୦, ୦୦୦ ବର୍ଷ ପୁରାତନ ଏବଂ ଅଯୋଧ୍ୟା ଏହାର ଅବିଚ୍ଛେଦ୍ୟ ଅଙ୍ଗ। ସେତେବେଳେ ମଧ୍ୟ ଏହା ଏକ ବିକଶିତ ନଗର ହୋଇଥିଲା ଏବଂ ଏବେ ମଧ୍ୟ ଚାରିଆଡୁ ଲୋକେ ଏଠାକୁ ଆସୁଛନ୍ତି। ଏହାର ବର୍ଣ୍ଣାଢ଼୍ୟ ଅତୀତ ସହ ସଂଯୁକ୍ତ ହେବା ଆମ ପାଇଁ ଗୌରବର ବିଷୟ। ରାମ ଏକ ପ୍ରତିମା ଏବଂ ଅଯୋଧ୍ୟା ଆମ ପାଇଁ ଏକ ବିଶ୍ୱାସର ବିଷୟ ବୋଲି ସେ କହିଛନ୍ତି।

ଏଠାରେ ରାମ ମନ୍ଦିର ଏକ ନିର୍ବାଚନୀ ମାମଲା ବୋଲି ଅଗ୍ରାହ୍ୟ କରିବା ସହ ଆଦିତ୍ୟନାଥ କହିଲେ ଯେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଅଯୋଧ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାର ପକ୍ଷ ନୁହେଁ। ଆମେ ବିବାଦରେ ହସ୍ତକ୍ଷେପ କରୁନାହୁଁ। ଉଚ୍ଚତମ ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ।

ଆଦିତ୍ୟନାଥ ମଧ୍ୟ କହିଛନ୍ତି ଯେ ଖାଲି ଅଯୋଧ୍ୟା ନୁହେଁ ସମଗ୍ର ରାଜ୍ୟର ଉନ୍ନତିକଳ୍ପେ ତାଙ୍କ ସରକାର କାର୍ଯ୍ୟ କରୁଛି। ପ୍ରାଚୀନ ଏବଂ ଆଧୁନିକ ମଧ୍ୟରେ ଆମେ ଏକ ସଂଯୋଗସ୍ଥଳୀ ସ୍ଥାପନା କରିବାକୁ ଚାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe