Image Courtesy of Zee News
ଲକ୍ଷ୍ନୌ: ହୋଟେଲ୍ ଅଗ୍ନିକାଣ୍ଡରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ରିପୋର୍ଟ ଅନୁଧ୍ୟାନ କରିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୯ଜଣ କାର୍ଯ୍ୟରତ ଏବଂ ଜଣେ ପୂର୍ବତନ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହର କରିବା ଲାଗି ଆଦେଶ ଦେଇଛନ୍ତି।
ସୋମବାର ଦିନ ହଜ୍ରତ୍ଗଞ୍ଜରେ ଘଟିଥିବା ଉକ୍ତ ଅଘଟଣ ଉପରେ ତଦନ୍ତ କରିବା ଲାଗି ରାଜ୍ୟ ସରକାରଙ୍କଦ୍ବାରା ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ଦାଖଲ କରିଥିବା ରିପୋର୍ଟରେ ୧୯ଜଣଙ୍କ ନାମରେ ଦୁର୍ନୀତି ଓ ଅବହେଳା କରିଥିବା ଅଭିଯୋଗ ହୋଇଛି।
ଶନିବାର ଦିନ ଜଣେ ମୁଖପାତ୍ର କହିଛନ୍ତି ଯେ, ଲକ୍ଷ୍ନୌ ପୁଲିସ କମିସନର୍ ଏସ୍.ବି. ଶିରଦ୍କର୍ ଏବଂ ଡିଭିଜ୍ନାଲ୍ କମିସନର୍ ରୋଶନ୍ ଜାକୋବ୍ଙ୍କଠାରୁ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି।
Image Courtesy of India Todayମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି, ଗୃହ, ଶକ୍ତି, ନିଯୁକ୍ତି ଓ କର୍ମଚାରୀ, ଗୃହ ନିର୍ମାଣ ଓ ନଗର ଯୋଜନା ଏବଂ ଅବକାରୀ ବିଭାରର କର୍ମଚାରୀଙ୍କ ଉପରେ ନିଲମ୍ବନ ସମେତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମାନୁସାରେ, ସେମାନଙ୍କ ମଧ୍ୟରୁ ଅବସର ଗ୍ରହଣ କରିସାରିଥିବା ଜଣେ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲେଖଯୋଗ୍ୟ, ସୋମବାର ଦିନ ‘ହୋଟେଲ୍ ଲେବାନା ସୁଟ୍’ରେ ଘଟିଥିବା ଅଗ୍ନିକାଣ୍ଡରେ ୪ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ଆଉ ୧୦ଜଣ ଆହତ ହୋଇଥିଲେ। ଏହି ମାମଲାରେ ଏଯାବତ୍ ୩ଜଣଙ୍କୁ ଗିରଫ କରାଯାଇଛି।
Follow Us