ଲକଡାଉନର କାର୍ଯ୍ୟକାରୀତାକୁ ନିଶ୍ଚିତ କରିବା ପାଇଁ ପିତାଙ୍କ ଶେଷକୃତ୍ୟରେ ଯୋଗଦେବେ ନାହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Advertisment
ଲକଡାଉନର କାର୍ଯ୍ୟକାରୀତାକୁ ନିଶ୍ଚିତ କରିବା ପାଇଁ ପିତାଙ୍କ ଶେଷକୃତ୍ୟରେ ଯୋଗଦେବେ ନାହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

hindustantimes

ଲଖ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କରୋନାଭାଇରସ୍ ଲକଡାଉନର କାର୍ଯ୍ୟକାରୀତାକୁ ନିଶ୍ଚିତ କରିବାକୁ ସେ ମଙ୍ଗଳବାର ତାଙ୍କ ପିତାଙ୍କ ଶେଷକୃତ୍ୟରେ ଯୋଗଦେବେ ନାହିଁ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିସ୍ତ୍ ସୋମବାର ଦିନ ସକାଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |

ଚାଲିଥିବା କରୋନାଭାଇରସ୍ ଲକଡାଉନକୁ ଦୃଷ୍ଟିରେ ରଖି ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ସର୍ବନିମ୍ନ ଉପସ୍ଥିତି ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ କେ ଅବସ୍ତି କହିଛନ୍ତି ଯେ, ସକାଳ ୧୦: ୪୪ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କର ସ୍ବର୍ଗବାସ ହୋଇଛି। ଆମେ ଗଭୀରତମ ଶୋକବ୍ୟକ୍ତ କରୁଛୁ।

ଯୋଗୀ ଆଦିତ୍ୟନାଥଙ୍କ ପିତା ପୂର୍ବତନ ଫରେଷ୍ଟ୍‌ ରେଞ୍ଜର୍ ଆନନ୍ଦ ସିଂହ ବିସ୍ତଙ୍କ‌ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ମାର୍ଚ ୧୩ ତାରିଖ ଦିନ ତାଙ୍କୁ ଏମ୍ସ‌ରେ ଭର୍ତ୍ତି କରାଯାଇଥିଲା। ଗତ ଅନେକ ଦିନ ହେବ ସେ ଭେଣ୍ଟିଲେଟର୍‌ରେ ଥିଲେ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ପିତାଙ୍କ ବିୟୋଗ ଖବର ପାଇବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍-୧୯ ବୈଠକରେ ଅଧ୍ୟକ୍ଷତା କରୁଥିଲେ। ଏବେ ସେ ଖବର ପାଇଁ ପିତାଙ୍କ ଶେଷକୃତ୍ୟରେ ଯୋଗ ନଦେବାକୁ ନିଷ୍ପତି ନେଇଛନ୍ତି |

ସୂଚନା ମୁତାବକ, “ ଆନନ୍ଦ ସିଂହ ବିସ୍ତଙ୍କର ଏକାଧିକ ଶାରୀରିକ ସମସ୍ୟା ଥିଲା | ତାଙ୍କର କିଡନୀ ଏବଂ ଯକୃତ ଭଲ ଭାବରେ କାମ କରୁନଥିଲା | ସେ ଡାଏଲିସିସ୍ ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ବହୁ ବିଶେଷଜ୍ଞ ଦଳ ଦ୍ୱାରା ଚିକିତ୍ସିତ ହେଉଥିଲେ ବୋଲି ନାମ ଗୋପନ ରଖି ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe