ଲକ୍ଷ୍ନୌ: ରକ୍ଷାବନ୍ଧନ ଉପଲକ୍ଷେ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ପାଇଁ ୪୮ଘଣ୍ଟିଆ ମାଗଣା ବସ୍ଯାତ୍ରା ବ୍ୟବସ୍ଥା କରାଯାଇଥିବା କଥା ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।
ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍ କରାଯାଇଥିବା ଟୁଇଟ୍ରେ ଉଲ୍ଲେଖ ଅଛି: ରକ୍ଷାବନ୍ଧନ ଅବସରରେ, ରାଜ୍ୟର ସମସ୍ତ ମହିଳାମାନଙ୍କ ନିରାପଦ ଯାତ୍ରା ନିମନ୍ତେ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମ ମାଗଣା ବସ୍ଯାତ୍ରା ସୁବିଧା ଯୋଗାଇ ଦେବ।
ଉପରୋକ୍ତ ବ୍ୟବସ୍ଥା ଅନୁସାରେ, ମହିଳାମାନେ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ପରିବହନ ନିଗମ ବସ୍ରେ ମହିଳାମାନେ ନିଶୁଳ୍କ ଯାତ୍ରା କରିପାରିବେ। ରକ୍ଷାବନ୍ଧନ ସହ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନର ଅଂଶବିଶେଷ ଭାବେ ମଧ୍ୟ ରାଜ୍ୟର ମହିଳାମାନଙ୍କୁ ଏହି ମାଗଣା ବସ୍ଯାତ୍ରା ସୁବିଧା ଯୋଗାଇଦିଆଯାଉଛି।
 Image Courtesy of Live Utter Pradeshଏହା ପୂର୍ବରୁ ରବିବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ନାରୀମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ସହ ସେମାନଙ୍କ ନିମନ୍ତେ ସଦା ସର୍ବଦା ନିରାପଦ ପରିବେଶ ଉପରେ ସୁନିଶ୍ଚତ ରହିବା ଲାଗି ସମସ୍ତଙ୍କୁ ଅନୁରୋଧ କରି କହିଥିଲେ।
ବିଭିନ୍ନ ସ୍କୁଲ୍ରୁ ଆସିଥିବା ପିଲାମାନଙ୍କ ସହିତ ବେଙ୍ଗାଲୁରୁ ରାଜଭବନରେ ରକ୍ଷାବନ୍ଧନ ପାଳନ କରିଥିଲେ। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଟୁଇଟ୍ ହୋଇଥିବା ପୋଷ୍ଟ୍ରେ ଉଲ୍ଲେଖ ଥିଲା: ଶୁଭ ରକ୍ଷାବନ୍ଧନ! ରକ୍ଷାବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ବିଶେଷ ତଥା ନିବିଡ଼ ସ୍ନେହର ବନ୍ଧନ ଏବଂ ସମ୍ମାନ ପାଳନର ଉତ୍ସବ। ଚାଲନ୍ତୁ, ନାରୀମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ସହ ସେମାନଙ୍କ ନିମନ୍ତେ ସଦା ସର୍ବଦା ନିରାପଦ ପରିବେଶ ଉପରେ ସୁନିଶ୍ଚତ ରହିବା ଲାଗି ଏହି ପବିତ୍ର ଦିବସରେ ଶପଥ ନେବା।
  
 Follow Us