Image Source-news first
ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବାରଣାସୀ ଗସ୍ତ କରିଥିଲେ। ପ୍ରିୟଙ୍କା ପ୍ରଥମେ ରବିଦାସ ମନ୍ଦିର ଯାଇଥିଲେ ଏବଂ ପରେ ସେ ପଞ୍ଚଗଙ୍ଗା ଘାଟ ଯାଇଥିଲେ। ତେବେ ପଞ୍ଚଗଙ୍ଗା ଘାଟ ନିକଟରେ ପହଞ୍ଚିବାପାଇଁ ତାଙ୍କୁ ଗଙ୍ଗା ନଦୀ ଅତିକ୍ରମ କରିବାକୁ ପଡ଼ିଥିଲା। ପ୍ରିୟଙ୍କା ଆଜି ନୌକାରେ ଯାତ୍ରା କରିଥିବାବେଳେ ତାଙ୍କ ସହ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ସିଂହ ଲାଲ୍ଲୁ ମଧ୍ୟ ଥିଲେ। କିନ୍ତୁ ନୌକାରେ ଅଧିକ ଲୋକ ହୋଇଯିବାରୁ ସେ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥଇଲେ। କିନ୍ତୁ ଅନ୍ୟମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁଣିଥରେ ନୌକାକୁ ଆଣିଥିଲେ।
Follow Us