ନାଗରିକତା ଆଇନ ବିରୋଧୀ ପ୍ରତିବାଦକାରୀଙ୍କୁ ‘ପାକିସ୍ତାନକୁ ଯାଅ’ ବୋଲି କହିଲେ ଉତ୍ତର ପ୍ରଦେଶ ପୁଲିସ ଅଧିକାରୀ

ନାଗରିକତା ଆଇନ ବିରୋଧୀ ପ୍ରତିବାଦକାରୀଙ୍କୁ ‘ପାକିସ୍ତାନକୁ ଯାଅ’ ବୋଲି କହିଲେ ଉତ୍ତର ପ୍ରଦେଶ ପୁଲିସ ଅଧିକାରୀ

Image Source: Hindustan Times

ମିରଟ: ସଂଖ୍ୟାଲଘୁ ସମ୍ପ୍ରଦାୟର ଦଳେ ବ୍ୟକ୍ତିଙ୍କୁ ପାକିସ୍ତାନକୁ ଚାଲିଯିବା ଲାଗି ଉତ୍ତର ପ୍ରଦେଶର ଜଣେ ପୁଲିସ ଅଧିକାରୀ ଉପଦେଶ ଦେଉଥିବା ଭିଡିଓ ଭାଇରାଲ୍‌ ହେବା ପରେ ବିବାଦ ଉପୁଜିଛି।

ଭିଡିଓରେ ସିଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଖିଳେଶ ନାରାୟଣ ସିଂହ କ୍ୟାରିୟର୍‌ ବରବାଦ୍‌ କରିଦେବାକୁ ଦଳେ ଲୋକଙ୍କୁ ଧମକ ଦେଉଥିବା ଶୁଣାଯାଉଛି। ଭିଡିଓଟି ଡିସେମ୍ବର ୨୦ ତାରିଖ ଦିନ ‘ସିଏଏ’ ବିରୋଧୀ ପ୍ରତିବାଦ ସମୟର ହିଂସାକାଣ୍ଡ ବେଳେ ଉତ୍ତୋଳନ କରାଯାଇଥିବା ଜଣାପଡୁଛି।

କଳା ଓ ସବୁଜ ପଟି ବାନ୍ଧିଥିବା ଲୋକମାନଙ୍କୁ ସିଟି ପୁଲିସ ବିରକ୍ତ ହେଉଥିବା ଦୃଶ୍ୟ ଏହି ଭିଡିଓରେ ରହିଛି।

publive-image Image Source: ANI

ଗଣମାଧ୍ୟମକୁ ସିଟି ଏସ୍‌ପି ଅଖିଳେଶ କହିଛନ୍ତି ଯେ ଭିଡିଓରେ ଯାହା ସବୁ ଶୁଭୁଛି ସେ ସବୁ ‘ପାକିସ୍ତାନ୍‌ ଜିନ୍ଦାବାଦ୍‌’ ବୋଲି ସ୍ଲୋଗାନ୍‌ ଦେଉଥିବା ଦଳେ ପ୍ରତିବାଦକାରୀଙ୍କୁ ସେ କହିଥିଲେ।

ପାକିସ୍ତାନକୁ ସମର୍ଥନ କରି ସ୍ଲୋଗାନ୍‌ ଦେଉଥିବାରୁ ସେମାନେ ପାକିସ୍ତାନକୁ ଚାଲିଯିବା ଭଲ ବୋଲି ମୁଁ ସେମାନଙ୍କୁ ଉପଦେଶ ଦେଇଥିଲି। ସେମାନେ କେବଳ ପାକିସ୍ତାନ ସପକ୍ଷରେ କାହିଁକି ସ୍ଲୋଗାନ୍‌ ଦେଉଥିଲେ?

ମୋର ବିଶ୍ୱାସ ନିଜ ଦେଶକୁ ଭଲପାଉଥିବା କୌଣସି ବ୍ୟକ୍ତି ଏ ଭଳି ସ୍ଲୋଗାନ୍‌କୁ ସହ୍ୟ କରି ପାରିବ ନାହିଁ।

ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ସମାଜବାଦୀ ପାର୍ଟିର ମିରଟ ସିଟି ଏରିଆର ବିଧାୟକ ରଫିକ୍‌ ଅନ୍‌ସାରି କହିଛନ୍ତି: ତାଙ୍କ ପାହ୍ୟାର ଅଧିକାରୀମାନେ ରାଗିଥିବା ବେଳେ ମଧ୍ୟ ଏ ଭଳି ବିବୃତି ଦେବାରୁ ବିରତ ରହିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe