ଉତ୍ତର ପ୍ରଦେଶ ନିର୍ବାଚନ ଫଳାଫଳ; ରାକେଶ ଟିକାୟତଙ୍କ ଗଡରେ ଫୁଟିଲା ପଦ୍ମ

ଲୋକଙ୍କ ନିଷ୍ପତ୍ତି ସବୁଠୁ ଉପରେ: ଟିକାୟତ

abplive.com

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପି ପୁଣି ଥରେ ବହୁମତ ହାସଲ କରିଛି। ଅବଶ୍ୟ ସମସ୍ତ ଆସନର ଫଳାଫଳ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ତେବେ ଉତ୍ତର ପ୍ରଦେଶର କିଛି ଚର୍ଚ୍ଚିତ ଆସନର ଫଳାଫଳ ଆସି ସାରିଛି। ଇତିମଧ୍ୟରେ ଖତୌଲି ବିଧାନସଭା ଆସନର ଫଳାଫଳ ବି ଆସି ସାରିଛି। ଏହି ଆସନ ବିଜେପି ପାଖକୁ ଚାଲି ଯାଇଛି। ପ୍ରକୃତରେ ଏହି ଆସନ କୃଷକ ନେତା ରାକେଶ ଟିକାୟତଙ୍କ ଗୃହନଗରରୁ ଆସିଥାଏ ଓ ଏହା ତାଙ୍କର ଗଡ ମନାଯାଇଥାଏ। ରାକେଶ ଟିକାୟତ ବିଜେପି ସରକାରର ଖୁବ୍ ସମାଲୋଚନା କରିଥାନ୍ତି।ଏହି ନିର୍ବାଚନରେ ଟିକାୟତ ବିଜେପି ବିରୋଧରେ ଭୋଟ ଦେବାକୁ କହିଥିଲେ।

ନିର୍ବାଚନ ଆୟୋଗର ଓ୍ଵେବସାଇଟ୍ ଅନୁଯାୟୀ ଖତୌଲି ବିଧାନସଭା ଆସନରେ ବିଜେପିର ବିକ୍ରମ ସିଂହଙ୍କୁ ୧୦୦୬୫୧ ଭୋଟ୍ ମିଳିଛି। ଦ୍ଵିତୀୟ ସ୍ଥାନରେ ଥିବା ଏସପି-ରାଜେଡି ମେଣ୍ଟର ରାଜାପାଲ ସିଂହ ସୈନିଙ୍କୁ ୮୪୩୦୬ ଭୋଟ୍ ହିଁ ମିଳିଛି। ତୃତୀୟ ସ୍ଥାନରେ ଥିବା ବିଏସପିର ପ୍ରାର୍ଥୀ କରତାର ସିଂହଙ୍କୁ ୩୧୪୧୨ ଭୋଟ୍ ମିଳିଛି।
ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ବାଛିଛନ୍ତି ସେହି ଦଳଗୁଡିକ ନିଜ ଘୋଷଣା ପତ୍ରକୁ ଦେଖନ୍ତୁ ଓ କୃଷକମାନଙ୍କ ପାଇଁ ଯେତେ ଶପଥ କରିଛନ୍ତି ତାକୁ ବାସ୍ତବତାରେ ପରିଣତ କରନ୍ତୁ। ନିର୍ବାଚନ ସମାପ୍ତ ହୋଇଯାଇଛି। ଏବେ କେନ୍ଦ୍ରକୁ ବି ଫସଲର ଏମଏସପି ଉପରେ ବନା ଯାଇଥିବା ସମିତି ଉପରେ ସକ୍ରିୟ ଭାବେ କାମ କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe