ଲକ୍ଷ୍ନୌ: ଭାଲୁ ବେଶରେ ମଣିଷ । ଭାଲୁ ପୋଷାକ ପିନ୍ଧି ବିଲ ଭିତରେ ପଇଁତରା ମାରୁଛି ଚାଷୀ । କେତେବେଳେ ବିଲ ଭିତରେ ବୁଲୁଛି ତ ପୁଣି କେତେବେଳେ ଭିଲ ଭିତରେ ପଶି ବସି ରହୁଛି । ରାତି ପାହିବା ଠାରୁ ରାତି ହେବା ଯାଏଁ ନିଜ କ୍ଷେତ ଚାରିପାଖେ ଏମିତି ଭାଲୁ ପୋଷାକ ପିନ୍ଧି ଜଗି ରହୁଛି ଚାଷୀ… ଆପଣ ଭାବୁଥିବେ ମଣିଷ ହେଇ ଏ ଭାଲୁ ବେଶ କଣ ପାଇଁ ? ଆଜ୍ଞା ଗରିବ ଖଟିଖିଆ ଚାଷୀର ଚାଷ ଯେତେବେଳେ ନଷ୍ଟ ହୁଏ ସିଏ ସବୁ ପ୍ରକାର ବେଶ ଧାରଣ କରେ । ଭାଲୁ ହେଉ କି ଅନ୍ୟ ବେଶ…

Advertisment

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ ମାଙ୍କଡଙ୍କ ଦାଉରୁ ଚାଷକୁ ରକ୍ଷା କରିବା ପାଇଁ ଚାଷୀମାନେ ଏମିତି ଉୁପାୟ ଅବଲମ୍ବନ କରିଛନ୍ତି । ଖେରୀ ଅଞ୍ଚଳରେ ମାଙ୍କଡ ଉତ୍ପାତ ଦେଖିବାକୁ ମିଳିଛି । ମାଙ୍କଡ ଆତଙ୍କରେ ଆତଙ୍କିତ ସମସ୍ତେ । ମଣିଷକୁ ମାଙ୍କଡ କାମୁଡୁଥିବା ବେଳେ ମାଙ୍କଡ ଆକ୍ରମଣରେ ଅନେକ ଆହତ ହୋଇଛନ୍ତି । ଆଉ ସେହି ମାଙ୍କଡ ଆଖୁ କିଆରିରେ ପଶି ଆଖୁ ନଷ୍ଟ କରୁଛନ୍ତି । ଧାନ ସମେତ, ଗହମ ଏବଂ ଅନ୍ୟ ଚାଷ ବି ମାଙ୍କଡ ନଷ୍ଟ କରୁଥିବାରୁ ଶେଷରେ ମଣିଷ ଭାଲୁ ବେଶରେ ସେମାନଙ୍କୁ ଘଉଡ଼ାଉଛି । ଚାଷୀମାନେ ନିଜ କ୍ଷେତରେ ଭାଲୁ ପୋଷାକ ପିନ୍ଧି ଏମିତି ମାଙ୍କଡ ଗୋଡାଉଛନ୍ତି ।

ଆହୁରି ପଢନ୍ତୁ-

Contest Election From Jail: ଜେଲ୍‌ରେ ଥିବା ଅପରାଧୀ ଲଢ଼ିପାରିବେ କି ନିର୍ବାଚନ?

ତେବେ ମାଙ୍କଡ ଉତ୍ପାତ ବଢିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇବା ପରେ ବି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକରିବାରୁ ବାଧ୍ଯ ହୋଇ ସେମାନେ ଭାଲୁ ବେଶକୁ ଆପଣାଇଛନ୍ତି । ମାଙ୍କଡ ଭାଲୁକୁ ଦେଖି ଭୟରେ ପଳାଉଛନ୍ତି ଆଉ ଚାଷ ମାଙ୍କଡ କବଳରୁ ରକ୍ଷା ପାଇଯାଉଛି ।

uttarpradesh | monkey | bear dress

ଆହୁରି ପଢନ୍ତୁ-

Diwali: ସୋମବାର ଦୀପାବଳି ଛୁଟି, ଘୋଷଣା ‌କଲେ ରାଜ୍ୟ ସରକାର